ଭୁବନେଶ୍ବର: ଅଲ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟକା ସଂଘର ଏକ ପ୍ରତିନିଧି ଦଳ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାପରେ ସେମାନେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ତାଙ୍କ ସହିତ ଆଲୋଚନା କରିଥିଲେ ।
ଏହି ଆଲୋଚନା ସମୟରେ ଶିଶୁବାଟିକାରେ ଅଙ୍ଗନବାଡ଼ି କର୍ମୀକୁ ଶିକ୍ଷକ ଭାବରେ ନିଯୁକ୍ତି ଦେବା, ପଦୋନ୍ନତି ତଥା ସେମାନଙ୍କ ସରକାରୀ କର୍ମଚାରୀ ମାନ୍ୟତା ଆଦି ପ୍ରସଙ୍ଗରେ ସେମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ମା ଓ ଶିଶୁମାନଙ୍କ କଲ୍ୟାଣରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଯେପରି ଗୁରୁ ଦାୟିତ୍ବ ତୁଲାଇ ଆସୁଛନ୍ତି ସେଥିପାଇଁ ସେମାନଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିନିଧିମାନଙ୍କୁ କହିଥିଲେ ।
ଏହି ଆଲୋଚନା ସମୟରେ ସଂଘର ଉପଦେଷ୍ଟା ଶ୍ରୀ ସୁବାସ ସିଂ, ସଭାନେତ୍ରୀ ନନ୍ଦିନୀ ପଣ୍ଡା, ସମ୍ପାଦିକା ମଞ୍ଜୁଲତା ଦାସ,ସୁଶ୍ରୀ ସଂଗୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥି