Delhi Election 2025: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ଭୋଟ

Published: Feb 5, 2025, 10:09 am IST

ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀର 70ଟି ଆସନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ସକାଳୁ ସାତଟାରୁ ଏହି ଭୋଟ ଗ୍ରହଣ ପକ୍ରିୟା ଆରମ୍ଭ ହୋଇଛି। ଏହି ଗଣପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସେ ଆଜି ସାଧାରଣ ଭୋଟରେ ଭାବେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। କଡା ସୁରକ୍ଷା ମଧ୍ୟରେ ସେ ପ୍ରେସିଡେଣ୍ଟ ଇଷ୍ଟେଟରେ ଥିବା ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ଭୋଟ ଦେଇଥିଲେ।

Related posts