Categories
ଆଜିର ଖବର ଜାତୀୟ ଖବର

ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ,ସମସ୍ତଙ୍କୁ ମତଦାନ ପାଇଁ କଲେ ଅପିଲ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ମତଦାନ କରିଛନ୍ତି। ଦିଲ୍ଲୀ ମ୍ୟୁନିସପାଲ କର୍ରପୋରେସନ ପାଇଁ ଆଜି ଚାଲିଥିବା ମତଦାନରେ ସେ ଭାଗ ନେଇଛନ୍ତି। ସେ ମତଦାନ ପରେ ସବୁ ଭୋଟରଙ୍କୁ ଏହି ପକ୍ରିୟାରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଭଲ ଦଳକୁ ଭୋଟ ଦିଅନ୍ତୁ, ଯିଏ ଦୁର୍ନିତି ମୁକ୍ତ ସରକାର କରିପାରିବ ସେହିପରି ଦଳକୁ ଭୋଟ ଦିଅନ୍ତୁ ବୋଲି କହିଛନ୍ତି।

ଆଜି ସକାଳ ଆଠଟାରୁ ଏମସିଡି ବା ମ୍ୟୁନିସପାଲ କର୍ରପୋରେସନ ଅଫ ଦିଲ୍ଲୀର ନିର୍ବାଚନ ଆରମ୍ଭ ହୋଇଛି। ଏଥିରେ ଏମସିଡିର ମୋଟ 250 ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ଦିଲ୍ଲୀର ପ୍ରାୟ ଦେଢ କୋଟି ଭୋଟର ସାମିଲ ହେବେ। ସେଥିପାଇଁ ଦିଲ୍ଲୀରେ 13 ହଜାର ପୁଲିଂ ବୁଥ କରାଯାଇଛି।

Categories
ଆଜିର ଖବର

ଦିଲ୍ଲୀରେ କଂଗ୍ରେସ କ୍ଷମତାକୁ ଆସିଲେ ୬୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଦେବ

ନୂଆଦିଲ୍ଲୀ, 26/12: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ସବୁ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ପ୍ରସ୍ତୁତ କଲେଣି। ନିକଟରେ ଦୁଇ ଦୁଇଟି ରାଜ୍ୟ ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରି ବିଜେପି ନିଜ ସ୍ଥିତି ସମ୍ଭାଳିବାକୁ ଦୃଢ ହେଉଛି। ଅପରପକ୍ଷରେ କଂଗ୍ରେସ ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନରେ ଅପେକ୍ଷାକୃତ ଉନ୍ନତି କରୁଥିବାରୁ ଦିଲ୍ଲୀକୁ ନେଇ ବେଶ୍‌ ଆଶାବାଦୀ ହୋଇଛି କଂଗ୍ରେସ। ଦିଲ୍ଲୀ ନିର୍ବାଚନ ପାଇଁ କେଜରୀଓ୍ବାଲ ସରକାର ବିଭିନ୍ନ ପ୍ରକାରର ଲୋକହିତକର କାମ ସହିତ ଲୋକଙ୍କ ପାଇଁ ବିଜୁଳି ରିହାତି, ମାଗଣା ଡିଟିଏସ୍‌ ସେବା, ଓ୍ବାଇଫାଇ ସେବା ଓ ସେପ୍ଟି ଟାଙ୍କିର ଯୋଜନା ପ୍ରସ୍ତୁତ କରିଥିବାବେଳେ କଂଗ୍ରେସ ଆଉ ଦୁଇ ପାଦ ଆଗକୁ ଯାଇଛି । ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ସୁଭାଷ ଚୋପ୍ରା କହିଛନ୍ତି ଯେ, ଯଦି ଦଳ  କ୍ଷମତାକୁ ଫେରିବ, ୬୦୦ ୟୁନିଟି ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଦେବେ । ସେ କହିଛନ୍ତି ଯେ, ଛୋଟ ଶିଳ୍ପକୁ ୨୦୦ ୟୁନିଟ ମାଗଣା ବିଦ୍ୟୁତ ଦିଆଯିବ । ତେବେ ଏହାକୁ ନେଇ ନିର୍ବାଚନୀ ଅଫର୍‌ ବୋଲି କହିନାହାନ୍ତି । ଏହା ସାଧାରଣ ଜନତାଙ୍କ ଟଙ୍କା ଯାହାର ଲାଭ ତାଙ୍କ ପାଖକୁ ଯିବ ବୋଲି ମତ ରଖିଛନ୍ତି । (ଏଜେନ୍ସି)