ଲର୍ଡସରେ ରବିବାର ସନ୍ଧ୍ୟାରେ କ୍ରିକେଟ ଦୁନିଆ ଏକ ନୂଆ ବିଶ୍ବ ଚାମ୍ପିୟନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। କ୍ରିକେଟ୍ର ମକ୍କା ଲର୍ଡସରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ବିଶ୍ବକପ୍ର ଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ଏବଂ ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ପରାସ୍ତକରି ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛନ୍ତି। ନ୍ୟୁଜିଲାଣ୍ଡ କ୍ରମାଗତ ଦ୍ବିତୀୟ ଥର ଫାଇନାଲରେ ପହଞ୍ଚିଥିବା ବେଳେ ଇଂଲଣ୍ଡ ଚତୁର୍ଥ ଥର ଫାଇନାଲ ଖେଳିବାକୁ ଯାଉଛି। ତେବେ ଉଭୟ ଦଳ କଦାପି ବିଶ୍ବକପ୍ ଜିତିନଥିବାରୁ ଏଥର ନୂଆ ବିଶ୍ବ ଚମ୍ପିଆନ୍ଙ୍କୁ ଦେଖିବାକୁ ମିଳିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କ ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ଅପେକ୍ଷା ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ଅଛି। ହେଲେ ନିର୍ଦ୍ଦିଷ୍ଠ ମ୍ୟାଚ୍ରେ ଉଭୟ ଦଳଙ୍କ ମଧ୍ୟରୁ ଯିଏ ଭଲ ପ୍ରଦର୍ଶନ କରିବ ସେ ହିଁ ବିଜୟୀହେବ ବୋଲି କୁହାଯାଉଛି।