ନୂଆଦିଲ୍ଲୀ: ତୃତୀୟ ତଥା ଅନ୍ତିମ ODI ରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୩୫୭ ରନ୍ ଲକ୍ଷ୍ୟ ଦେଇଛି। ଭାରତ ପାଇଁ ଶୁଭମାନ ଗିଲ ସର୍ବାଧିକ ୧୧୨ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ବିରାଟ କୋହଲି ୫୨ ରନ୍, ଶ୍ରେୟସ୍ ଆୟର ୭୮ ରନ୍ ଏବଂ କେ.ଏଲ୍ ରାହୁଲ ୪୦ ରନ୍ ସ୍କୋର କରିଥିଲେ। ଇଂଲଣ୍ଡ ପାଇଁ ଆଦିଲ ରସିଦ ସର୍ବାଧିକ ଚାରିଟି ୱିକେଟ୍ ନେଇଥିଲେ।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ: ଇଂଲଣ୍ଡ ପାଇଁ ୩୫୭ ରନ୍ ର ଲକ୍ଷ୍ୟ
Published:
Feb 12, 2025, 5:27 pm IST