ଭାରତୀୟ ରିଜର୍ଭ ବ୍ୟାଙ୍କ ଦୃଷ୍ଟିହୀନମାନଙ୍କ ପାଇଁ ନୋଟ ଚିହ୍ନିବାକୁ ଏକ ମୋବାଇଲ ଆପ୍ ଆଣୁଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ବହୁଳ ମାତ୍ରାରେ ଦେଣନେଣକୁ ଦେଖି ଏଭଳି ନିଷ୍ପତି ନେଇଛନ୍ତି । ରିଜର୍ଭ ବ୍ୟାଙ୍କ କହିଛନ୍ତି କି, ଦୃଷ୍ଟିହୀନ ଲୋକ କିପରି ନୋଟ ଚିହ୍ନି ପାରବେ ତାହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେବେ ବର୍ତମାନର ନୋଟରେ ଦୃଷ୍ଟିହୀନଙ୍କୁ ସାହାଯ୍ୟ କରିବା ପାଇଁ ଇଣ୍ଟିଗ୍ଲିଓ ପ୍ରିଣ୍ଟିଙ୍ଗ ଆଧାରିତ ଚିହ୍ନ ଦିଆଯାଇଛି । ଏତଦ୍ ବ୍ୟତୀତ ବ୍ୟାଙ୍କ ଏବେ ଏକ ମୋବାଇଲ ଆପ୍ ବିକଶିତ କରିବା ପାଇଁ ୱେଣ୍ଡର ଆପ୍ ଖୋଜୁଛନ୍ତି । ଏହି ଆପ୍ ମହାତ୍ମା ଗାନ୍ଧୀ ସିରିଜ ନୋଟକୁ ଚିହ୍ନିବା ପାଇଁ ସକ୍ଷମ ହେବ । ଏଭଳି କରିବା ପାଇଁ ଉକ୍ତ ବ୍ୟକ୍ତିଙ୍କୁ ନୋଟର ମୋବାଇଲ କ୍ୟାମେରାରେ ଏକ ଫଟୋ ଉଠାଇବାକୁ ପଡିବ । ଯଦି ନୋଟର ଫଟୋ ଠିକ୍ ଭାବରେ ଉଠାଯାଇଥିବ ତେବେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଅଡିଓ ନୋଟିଫିକେଶନ ମାଧ୍ୟମରେ ଜଣାଇଦେବ । ଫଳରେ ଦେଶରେ ଥିବା 80 ଲକ୍ଷ ଦୃଷ୍ଟିହୀନ ଏହାର ସୁବିଧା ଉଠାଇ ପାରିବେ ।
Tags: