
ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା ବଡ଼ଟେମେରା ଝରିଗାଁ ବ୍ଳକ ପଞ୍ଚାୟତ ଅଧୀନ ପଡ଼ାଲଗୁଡ଼ା ଗ୍ରାମର ଜଣେ ନାବାଳିକା ସହ ରାଇଘର ବ୍ଲକ ଭୀମାଗୁଡ଼ା ପଞ୍ଚାୟତ ଭିମାଟିକିରା ଗ୍ରାମର ଜଣେ ନାବାଳକ ସହ ବୁଧବାର ବିବାହ ହୋଉଥିଲା। ଏହି ଖବର ପାଇ ଝରିଗାଁ ସିଡିପିଓ ବିରଜା ମୋହିନୀ ପାଙ୍ଗି ସ୍ଥାନୀୟ ସରପଞ୍ଚ, ୱାର୍ଡ ସଭ୍ୟ, ପୋଲିସ ଉପସ୍ଥିତିରେ – ଉଭୟ ପରିବାର ଲୋକଙ୍କୁ ବୁଝାସୁଝା କରି ବାଲ୍ୟ ବିବାହ ରୋକିଥିଲେ। ଝିଅ ଓ ପୁଅଙ୍କ ବିବାହ ବୟସ ହେବାପରେ ବାହା କରିବାକୁ ଉଭୟ ପ୍ରତିଶ୍ରୁତି ଦେଇଥିଲେ। ପରିବାର ଏହି ସମୟରେ ସୁପରଭାଇଜର ଟୁନି ଦେଇ ଜେନା, ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ପ୍ରମୁଖ ସହ ଗ୍ରାମବାସୀ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ନବରଙ୍ଗପୁର ଜିଲ୍ଲା ଆଦିବାସୀ ବହୁଳ ଝରିଗାଁ ବ୍ଲକରେ ସଚେତନତା ଅଭାବ ଯୋଗୁ ଏବେବି ବାଲ୍ୟ ବିବାହ ଚାଲୁଥିବା ଅଭିଯୋଗ ହୋଇଛି। ଏହି ପ୍ରଥାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି।