ଭାରତ ଠାରୁ ହାରିବା ପରେ ଦୁଃଖରେ ପାକିସ୍ତାନ ପ୍ରଶଂସକ: ଏବେ ଆଇସିସି କଲେ ଅଜବ ନିବେଦନ

Published: Feb 24, 2025, 8:39 pm IST

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିପକ୍ଷ ପରାଜୟକୁ ନେଇ ପାକିସ୍ତାନୀ ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। କେହି କେହି ଟିଭି ଭାଙ୍ଗୁଛନ୍ତି ଏବଂ କେହି କେହି ସୋସିଆଲ ମିଡିଆ ମାଧ୍ୟମରେ ନିରାଶା ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଜଣେ ପାକିସ୍ତାନୀ ସାମ୍ବାଦିକ ମଧ୍ୟ ତାଙ୍କ ଦଳର ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ବର୍ତ୍ତମାନଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଗ୍ରୁପରେ ରଖିବାକୁ ସେ ଆଇସିସିକୁ ଅନୁରୋଧ କରିଛନ୍ତି, କାରଣ ପାକିସ୍ତାନୀ ପ୍ରଶଂସକମାନେ ସେମାନଙ୍କ ଦଳ ହାରୁଥିବାର ଦେଖି ଦେଖି ଥକି ଯାଇଛନ୍ତି।

ପାକିସ୍ତାନୀ ମିଡିଆ ଚ୍ୟାନେଲ ‘ଦ ଡନ୍’ର ସାମ୍ବାଦିକ ଇମ୍ରାନ ସିଦ୍ଦିକି ଆଇସିସିକୁ ଅନୁରୋଧ କରି କହିଛନ୍ତି ଯେ, “ପାକିସ୍ତାନୀ ଦଳର ଜଣେ ପ୍ରଶଂସକ ହୋଇଥିବାରୁ ମୁଁ ବର୍ତ୍ତମାନ ଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଗ୍ରୁପରେ ରଖିବା ପାଇଁ ଆଇସିସିକୁ ଅନୁରୋଧ କରୁଛି। ବର୍ଷକୁ ବର୍ଷ ପରାଜୟକୁ ନେଇ ଆମେ ନିରାଶ ହୋଇପଡିଛୁ। ଯଦି ଏହା ସମ୍ଭବ ନୁହେଁ, ତେବେ ଏଭଳି ହାଇ-ପ୍ରୋଫାଇଲ ମ୍ୟାଚରେ ଲାଭାଂଶକୁ ପାକିସ୍ତାନ ପ୍ରଶଂସକ ମଧ୍ୟରେ ବାଣ୍ଟି ଦିଆଯାଉ। ଯାହାଫଳରେ ଏହି ଟଙ୍କାରେ ଆମେ ଡାକ୍ତରଖାନା ଯାଇ ନିଜର ଚିକିତ୍ସା କରିପାରିବୁ। କାରଣ ଏହି ବାର୍ଷିକ ଅପମାନକୁ ଆମେ ଆଉ ସହ୍ୟ କରିପାରିବୁ ନାହିଁ।”

Related posts