Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଠାରୁ ହାରିବା ପରେ ଦୁଃଖରେ ପାକିସ୍ତାନ ପ୍ରଶଂସକ: ଏବେ ଆଇସିସି କଲେ ଅଜବ ନିବେଦନ
ଆଜିର ଖବର

ଭାରତ ଠାରୁ ହାରିବା ପରେ ଦୁଃଖରେ ପାକିସ୍ତାନ ପ୍ରଶଂସକ: ଏବେ ଆଇସିସି କଲେ ଅଜବ ନିବେଦନ

February 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିପକ୍ଷ ପରାଜୟକୁ ନେଇ ପାକିସ୍ତାନୀ ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। କେହି କେହି ଟିଭି ଭାଙ୍ଗୁଛନ୍ତି ଏବଂ କେହି କେହି ସୋସିଆଲ ମିଡିଆ ମାଧ୍ୟମରେ ନିରାଶା ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଜଣେ ପାକିସ୍ତାନୀ ସାମ୍ବାଦିକ ମଧ୍ୟ ତାଙ୍କ ଦଳର ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ବର୍ତ୍ତମାନଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଗ୍ରୁପରେ ରଖିବାକୁ ସେ ଆଇସିସିକୁ ଅନୁରୋଧ କରିଛନ୍ତି, କାରଣ ପାକିସ୍ତାନୀ ପ୍ରଶଂସକମାନେ ସେମାନଙ୍କ ଦଳ ହାରୁଥିବାର ଦେଖି ଦେଖି ଥକି ଯାଇଛନ୍ତି।

ପାକିସ୍ତାନୀ ମିଡିଆ ଚ୍ୟାନେଲ ‘ଦ ଡନ୍’ର ସାମ୍ବାଦିକ ଇମ୍ରାନ ସିଦ୍ଦିକି ଆଇସିସିକୁ ଅନୁରୋଧ କରି କହିଛନ୍ତି ଯେ, “ପାକିସ୍ତାନୀ ଦଳର ଜଣେ ପ୍ରଶଂସକ ହୋଇଥିବାରୁ ମୁଁ ବର୍ତ୍ତମାନ ଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଗ୍ରୁପରେ ରଖିବା ପାଇଁ ଆଇସିସିକୁ ଅନୁରୋଧ କରୁଛି। ବର୍ଷକୁ ବର୍ଷ ପରାଜୟକୁ ନେଇ ଆମେ ନିରାଶ ହୋଇପଡିଛୁ। ଯଦି ଏହା ସମ୍ଭବ ନୁହେଁ, ତେବେ ଏଭଳି ହାଇ-ପ୍ରୋଫାଇଲ ମ୍ୟାଚରେ ଲାଭାଂଶକୁ ପାକିସ୍ତାନ ପ୍ରଶଂସକ ମଧ୍ୟରେ ବାଣ୍ଟି ଦିଆଯାଉ। ଯାହାଫଳରେ ଏହି ଟଙ୍କାରେ ଆମେ ଡାକ୍ତରଖାନା ଯାଇ ନିଜର ଚିକିତ୍ସା କରିପାରିବୁ। କାରଣ ଏହି ବାର୍ଷିକ ଅପମାନକୁ ଆମେ ଆଉ ସହ୍ୟ କରିପାରିବୁ ନାହିଁ।”

Champions Trophy 2025 Champions Trophy News ICC Champions Trophy ICC Champions Trophy 2025 IND VS PAK India Vs Pakistan
Share. Facebook Twitter LinkedIn Email WhatsApp Copy Link

Related Posts

ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ଚଳଚଞ୍ଚଳ: ଆରମ୍ଭ ହେଲା ଚାନ୍ଦି ମେଢ ସଫେଇ

September 15, 2026

ସେମିକନ୍ ଇଣ୍ଡିଆ ୨୦୨୬: ସେପ୍ଟେମ୍ବର ୧୭ରେ ୫ମ ସଂସ୍କରଣର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

September 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଜଳିବ ‘ଆଶୀର୍ବାଦର ଦୀପ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 15, 2026

ଆଜି ଗଣପର୍ବ ନୂଆଁଖାଇ: ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

September 15, 2026
Latest News

ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ଚଳଚଞ୍ଚଳ: ଆରମ୍ଭ ହେଲା ଚାନ୍ଦି ମେଢ ସଫେଇ

September 15, 2026

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସରେ ଭିତ୍ତିଭୂମି ଅଭାବ: ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା

September 15, 2026

ବାଇକ୍-ଟ୍ରଲି ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

September 15, 2026

ସେମିକନ୍ ଇଣ୍ଡିଆ ୨୦୨୬: ସେପ୍ଟେମ୍ବର ୧୭ରେ ୫ମ ସଂସ୍କରଣର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

September 15, 2026

ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ଦିଅର-ଭାଉଜ ମାଡ଼ପିଟ୍‌: ଭାଉଜଙ୍କ ଭାଙ୍ଗିଲା ହାତ, ଦିଅର ଗିରଫ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.