
ଭୁବନେଶ୍ଵର: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରାର ଅନୁଷ୍ଟିତ ହୋଇଯାଇଛି। ଏଥିରେ ଶତାଧିକ ଦଳୀୟ ନେତା ଏବଂ କର୍ମୀ ସ୍ଥାନୀୟ ବସଷ୍ଟାଣ୍ଡଠାରେ ଡଃ ବାବା ସାହେବ୍ ଆମ୍ବେଦକରଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୁ୍ର୍ତି ନିକଟରେ ଏକତ୍ରିତ ହୋଇଥିଲେ। ପୋଲାଭରମ ମାଲକାନଗିରି ଜିଲ୍ଲା ପାଇଁ ବଡ ବିପଦ ଆଣୁଥିବା ବେଳେ କିପରି ଏହି ପ୍ରକଳ୍ପକୁ ରୋକା ଯିବ ଏବଂ ମାଲକାନଗିରି ଜିଲ୍ଲାକୁ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ଦଳୀୟ ନେତା ଓ କର୍ମୀ ସ୍ଲୋଗାନ ଦେଇଥିଲେ।
ଏହି ଶୋଭାଯାତ୍ରାରେ ମାଲକାନଗିରି ବିଜେଡିର ବରିଷ୍ଠ ନେତ୍ରୀ ତଥା ଜିଲ୍ଲା ପରିଷଦ ଅଧକ୍ଷ୍ୟା ସାମାରି ତାଙ୍ଗୁଲ, ମାଲକାନଗିରି ପୌର ପରିଷଦ ଅଧକ୍ଷ ମନୋଜ କୁମାର ବାରିକ, ଉପଧକ୍ଷା କବିତା ମହନ୍ତ, ବରିଷ୍ଠ ନେତା କୁକୁ ସିଂ, ବଂଶୀ ମୁଦୁଲି, ପେଣ୍ଡରା ପ୍ରସାଦ ପଣ୍ଡା, ଛାତ୍ର ନେତା ତାପସ ରଞ୍ଜନ, ରାହୁଲ ରାଓ ଓ ଦଳୀୟ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ।