
ଭୁବନେଶ୍ଵର: କନ୍ଧମାଳ ଜିଲ୍ଲାର ସାମଗ୍ରିକ ବିକାଶ ନେଇ ଦାରିଙ୍ଗବାଡ଼ିର ଇକୋ ରିଟ୍ରିଟ ଠାରେ ୨ ଦିନିଆ ଇନଭେଷ୍ଟ- କନ୍ଧମାଳ ୨୦୨୫ ଉଦଘାଟିତ ହୋଇଛି। ଏହି ପୁଞ୍ଜିନିବେଶ ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ପାଖାପାଖି ୮୦ ଜଣ ପୁଞ୍ଜି ନିବେଶକାରୀ ଏହି ଦୁଇ ଦିନିଆ କର୍ମଶାଳାରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ପୁଞ୍ଜିନିବେଶକାରୀ ମାନଙ୍କୁ ଜିଲ୍ଲାରେ କେଉଁ କେଉଁ କ୍ଷେତ୍ରରେ ପୁଞ୍ଜିନିବେଶ ହୋଇପାରିବ ଓ ସେଥିପାଇଁ ସରକାରଙ୍କ ତରଫରୁ କଣ କଣ ସୁଵିଧା ସୁଯୋଗ ଯୋଗାଇ ଦିଆଯିବ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।
ରାଜ୍ୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡିରେ ଏଭଳି କାର୍ଯ୍ୟକ୍ରମକୁ ଆସି ଖୁସି ପ୍ରକାଶ କରି କନ୍ଧମାଳ ଜିଲ୍ଲାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି। ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ପୁଞ୍ଜିନିବେଶ ସମ୍ମିଳନୀ ଆୟୋଜିତ ହେବାଦ୍ୱାରା ଜିଲ୍ଲାର ସାମୁହିକ ବିକାଶ ହେବ ଓ ସ୍ଥାନୀୟ ଜନସାଧାରଣ ମାନେ ମଧ୍ୟ ଉପକୃତ ବୋଲି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।
ପ୍ରଥମ ଥର ଅନୁଷ୍ଠିତ ଏହି ପୁଞ୍ଜିପତି ସମ୍ମିଳନୀରେ ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ଜିଲ୍ଲାରେ ଦୁଇ ଶହ କୋଟି ଟଙ୍କା ବିନିଯୋଗ କରିବା ନେଇ ପୁଞ୍ଜି ନିବେଶକାରୀ ମାନେ ସହମତି ପ୍ରକାଶ କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥି ସହିତ ପୁଞ୍ଜିନିବେଶ କାରୀ ମାନେ ଭିତ୍ତିଭୂମି ଦେଖିବା ପାଇଁ ଆଜି ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରଙ୍କ ଦ୍ଵାରା ସ୍ୱୀକୃତୀପ୍ରାପ୍ତ ଜମି ବୁଲି ଦେଖିଥିଲେ।