ରାମ ମନ୍ଦିର ଉପରେ ଆକ୍ରମଣ ଷଡଯନ୍ତ୍ର!: ଗିରଫ ହେଲା ସନ୍ଦିଗ୍ଧ ଯୁବକ, ୨ ହ୍ୟାଣ୍ଡ ଗ୍ରେନେଡ ଜବତ

Published: Mar 3, 2025, 8:09 pm IST

ନୂଆଦିଲ୍ଲୀ: ଫରିଦାବାଦ ଏସଟିଏଫ ସହାୟତାରେ ଗୁଜୁରାଟ ଏଟିଏସ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି, ଯାହାର ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ସନ୍ଦିଗ୍ଧଙ୍କ ନିକଟରୁ ୨ ଟି ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି, ସୁରକ୍ଷା ଏଜେନ୍ସିମାନେ ଫରିଦାବାଦରେ ହ୍ୟାଣ୍ଡ ଗ୍ରେନେଡ ଡିଫ୍ୟୁଜ କରିଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ, ରାମ ମନ୍ଦିରକୁ ଟାର୍ଗେଟ କରିବା ପାଇଁ ଷଡଯନ୍ତ୍ର କରାଯାଇଛି।

ୟୁପିର ବାସିନ୍ଦା ଅବଦୁଲ ରେହମାନ, ଯିଏ ରବିବାର ଦିନ ଗିରଫ ହୋଇଥିଲେ। ଗୁଜରାଟ ଏଟିଏସ୍ ସନ୍ଦିଗ୍ଧଙ୍କୁ ଗୁଜରାଟ ନେଇଥିଲା ଏବଂ ତାଙ୍କ ଜେରା ଜାରି ରହିଛି। ରେଡିକାଲ୍ ସାମଗ୍ରୀ ମଧ୍ୟ ଜବତ କରାଯାଇଛି, ଯାହା ଆତଙ୍କବାଦୀ କାର୍ଯ୍ୟକଳାପକୁ ନିଶ୍ଚିତ କରିପାରିବ।

ଅବଦୁଲ ରହମାନଙ୍କ କାର୍ଯ୍ୟକଳାପ:

ସୂଚନାନୁସାରେ, ଅବଦୁଲ ରେହମାନ ଆଇଏସଆଇ ସହ ଯୋଗାଯୋଗରେ ଥିଲେ ଏବଂ ଅନେକ ଜମାତଙ୍କ ସହ ଜଡିତ ଥିଲେ। ସେ ଫଇଜାବାଦରେ ଏକ ମଟନ୍ ଦୋକାନ ଚଳାଉଥିଲେ ଏବଂ ଅଟୋ ଡ୍ରାଇଭର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ଷଡଯନ୍ତ୍ରର ଏକ ଅଂଶ ଭାବରେ ସେ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ଅନେକ ଥର ପାକିସ୍ତାନ ଆଇଏସଆଇ ସହ ସେୟାର କରିଥିଲେ। ଅବଦୁଲ ଫଇଜାବାଦରୁ ଟ୍ରେନ ଯୋଗେ ଫରିଦାବାଦରେ ପହଞ୍ଚି ହ୍ୟାଣ୍ଡେଲରରୁ ଗ୍ରେନେଡ ନେଇଥିଲେ, ଯାହା ସହିତ ସେ ଅଯୋଧ୍ୟାକୁ ଫେରିବାକୁ ଯାଉଥିଲେ।

Related posts