Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଗିରଫ, କୋର୍ଟ ଜାରି କରିଥିଲେ ଜାମିନ ବିହୀନ ପରୱାନା
ଆଜିର ଖବର

ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଗିରଫ, କୋର୍ଟ ଜାରି କରିଥିଲେ ଜାମିନ ବିହୀନ ପରୱାନା

March 4, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପୂର୍ବତନ ଏମ୍.ଏଲ.ସି. ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ବାରାଣାସୀ ପୋଲିସ ଦ୍ୱାରା ଗିରଫ କରାଯାଇଛି। ପ୍ରୟାଗରାଜ ସହରର ଜର୍ଜ ଟାଉନ୍ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଚଢାଉ କରିବା ପରେ ପୂର୍ବତନ ଏମଏଲସିଙ୍କୁ ଗିରଫ କରାଯାଇଛି।

ଭିଜିଲାନ୍ସ ଅଖିଳେଶ ଯାଦବଙ୍କ ଘନିଷ୍ଠ ବାସୁଦେବ ଯାଦବଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହି ମାମଲାରେ ବାରାଣାସୀ କୋର୍ଟ ପୂର୍ବତନ ଏମଏଲସି ବାସୁଦେବ ଯାଦବଙ୍କୁ ସମନ କରିଥିଲେ। ଅନେକ ଥର ସମନ ଜାରି କରାଯିବା ସତ୍ତ୍ୱେ ସେ କୋର୍ଟରେ ହାଜର ହୋଇନଥିବା ବେଳେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ଏହି ଜାମିନ ବିହୀନ ୱାରେଣ୍ଟ ଆଧାରରେ ବାରାଣାସୀ ପୋଲିସ ମଙ୍ଗଳବାର ଦିନ ପ୍ରୟାଗରାଜରେ ଚଢାଉ କରିଥିଲା।

ବାସ୍ତବରେ ବାସୁଦେବ ଯାଦବ ଶିକ୍ଷା ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଜମା କରିଥିବା ଅଭିଯୋଗ ହୋଇଥିଲା। ସେ ୟୁପି ବୋର୍ଡର ସଚିବ ଏବଂ ୟୁପି ମାଧ୍ୟମିକ ଶିକ୍ଷା ବିଭାଗରେ ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ୨୦୧୭ ରେ ୟୁପିରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ ପରେ ସେପ୍ଟେମ୍ବର ୧୨ ତାରିଖରେ ବାସୁଦେବ ଯାଦବଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ପ୍ରକାଶ ଥାଉ କି ବାସୁଦେବ ଯାଦବଙ୍କ ଝିଅ ନିଧି ଯାଦବ ସମାଜବାଦୀ ପାର୍ଟିର ମୁଖପାତ୍ର ଅଟନ୍ତି। ବାସୁଦେବ ଯାଦବ ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବଙ୍କ ଅତି ଘନିଷ୍ଠ ବୋଲି କୁହାଯାଏ। ଅଭିଯୋଗ ହେଉଛି ଯେ, ଯାଦବ ପରିବାର ସହିତ ତାଙ୍କର ଘନିଷ୍ଠତା ହେତୁ ତାଙ୍କୁ ସମାଜବାଦୀ ପାର୍ଟି ସରକାରରେ ବହୁତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ବାସୁଦେବ ଯାଦବଙ୍କ ମାମଲା ମଧ୍ୟ ଆହ୍ଲାବାଦ ହାଇକୋର୍ଟରେ ଚାଲିଥିଲା।

akhilesh yadav samajwadi party UP news
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.