ଫିଟ୍‌ ଇଣ୍ଡିଆ: କଳିଙ୍ଗ କନ୍ୟା ଐତିହ୍ୟ ଏବଂ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Mar 8, 2025, 8:38 pm IST

କଟକ: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ  କଟକ ସତ୍ୟବ୍ରତ ଷ୍ଟାଡିୟମଠାରେ ‘‘ଫିଟ୍‌ ଇଣ୍ଡିଆ: କଳିଙ୍ଗ କନ୍ୟା ଐତିହ୍ୟ ଏବଂ ଶକ୍ତି’’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ମହିଳାଙ୍କ ସଶକ୍ତିକରଣ ଏବଂ ଫିଟନେସକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କଟକ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ, ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ କୁମାର ବେହେରା, ଅନ୍ତର୍ଜାତୀୟ ଖେଳାଳୀ ସୁଷମା ବେହେରା, ବାସ୍କେଟ ବଲ୍ ପ୍ରଶିକ୍ଷକ ସିଦ୍ଧାର୍ଥ ସେନଗୁପ୍ତ, ଶ୍ରୀକାନ୍ତ କୁମାର ନାୟକ, ଫୁଟବଲ ପ୍ରଶିକ୍ଷକ ସୁର୍ଜିତ କୁମାର ଘୋଷ, ସାଇ ଅଧିକାରୀ ତ୍ରୈଲୋକ୍ୟନାଥ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ପାଇକ ଆଖଡ଼ା, ମଲଖମ୍ବ, ଯୋଗ ଭଳି ସ୍ବଦେଶୀ କ୍ରୀଡ଼ା ପ୍ରଦର୍ଶିତ ହୋଇଥିଲା। ଦୈନନ୍ଦିନ ଜୀବନରେ କ୍ରୀଡ଼ା ଏବଂ ଫିଟନେସକୁ ପ୍ରୋତ୍ସାହିତ କରାଯାଇଥିଲା।

Related posts