ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Published: Mar 8, 2025, 10:31 pm IST

କଟକ: ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଛି। ଏହି ଅବସରରେ ଯୋଗଦେଇ ସଂସ୍ଥାନର ଅଭିଯାନ୍ତ୍ରିକ ନିର୍ଦ୍ଦେଶକ ଭି.ଏମ୍‍. ରତ୍ନପ୍ରସାଦ କହିଛନ୍ତି, ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ସକ୍ଷମ ଓ ସମୃଦ୍ଧ ହେଉଛନ୍ତି। ନାରୀ ସଶକ୍ତୀକରଣ ଅପେକ୍ଷା ଆତ୍ମ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି। ଏଥିପାଇଁ ନାରୀମାନେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ବୋଲି ଶ୍ରୀ ରତ୍ନପ୍ରସାଦ କହିଛନ୍ତି।

କାର୍ଯ୍ୟକ୍ରମ ପ୍ରମୁଖ ମାନସ ରଞ୍ଜନ ନାୟକ ମଧ୍ୟ ସଶକ୍ତ ସମାଜ ଗଠନରେ ନାରୀମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ନିଷ୍ପାଦକ ସୁମିତ୍ରା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଚଳିତବର୍ଷର ଶୀର୍ଷକ ‘ମହିଳା ଓ ବାଳିକାମାନଙ୍କ ପାଇଁ ଅଧିକାର ସମାନତା ଓ ସଶକ୍ତୀକରଣ’ ସମ୍ପର୍କରେ ଉଦ୍‍ଘୋଷିକା ସଦ୍ୟସ୍ମିତା ବେହେରା ଆଲୋକପାତ କରିଥିଲେ।

ଉଦ୍‍ଘୋଷିକା କର୍ପୂରୀ ମୁର୍ମୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଆଂଚଳିକ ସମ୍ବାଦ ବିଭାଗର ସମାଚାର ସମ୍ପାଦିକା ଇତିଶ୍ରୀ ସିଂହ ରାଠୋର ଧନ୍ୟବାଦ ଅର୍ପଣ କରିଥିଲେ।

Related posts