
ଭୁବନେଶ୍ଵର: ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ୨୯ ମାର୍ଚ୍ଚ ୨୦୨୫ ଶନିବାର ଦିନ ଘଟିବାକୁ ଯାଉଛି। ଭାରତୀୟ ସମୟ ଅନୁଯାୟୀ ଏହି ସୂର୍ଯ୍ୟଗ୍ରହଣ ଅପରାହ୍ନ ୨.୨୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୧୬ରେ ଶେଷ ହେବ। ଗ୍ରହଣର ସମୁଦାୟ ଅବଧି ୨.୫୩ ମିନିଟ୍ ହେବ।
ସୂର୍ଯ୍ୟ ଗ୍ରହଣକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସୂର୍ଯ୍ୟ ଗ୍ରହଣ ବିଷୟରେ ଅନେକ ମାନ୍ୟତା ରହିଛି, କିନ୍ତୁ ୨୦୨୫ରେ ହେବାକୁଥିବା ପ୍ରଥମ ସୂର୍ଯ୍ୟ ଗ୍ରହଣ ଭାରତରେ ଦେଖାଯିବ ନାହିଁ, କିନ୍ତୁ ତଥାପି ଆମକୁ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ।
Tags: ସୂର୍ଯ୍ୟ ଗ୍ରହଣ