
ଖୋର୍ଦ୍ଧା: ମଙ୍ଗଳବାର ଓସ୍ୱ।ନ ସମ୍ମିଳନୀ କକ୍ଷରେ ଅପରାହ୍ନ ୪.୩୦ ମିନିଟ ସମୟରେ ୨ୟ ପର୍ଯ୍ୟାୟରେ ଅଯୋଧ୍ୟା -ବାରାଣାସି ଅଭିମୁଖେ ଯାତ୍ରା ପାଇଁ କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଛି। ପ୍ରାରମ୍ଭରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ ଚଳିତ ମାର୍ଚ୍ଚ ୧୯ ତାରିଖ ରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ତୀର୍ଥଯାତ୍ରୀ ସହ ୫ ଜଣ ସୁରକ୍ଷା ସେବା ଅଧିକାରୀଙ୍କୁ ନେଇ କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢେ଼ଙ୍କାନାଳକୁ ନେଇ ୬ ଗୋଟି ଜିଲ୍ଲାର ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିବାର ସୁଚନା ପ୍ରଦାନ କରିଥିଲେ।
ଏଥି ନିମନ୍ତେ ୬ ଗୋଟି ଜିଲ୍ଲାର ୨୫ ଜଣ ସୁରକ୍ଷା ସେବା ଅଧିକାରୀ ତୀର୍ଥ ଯାତ୍ରୀ ମାନଙ୍କ ଯତ୍ନ ନେବା ନିମନ୍ତେ ନିଯୁକ୍ତ କରାଯାଇଛି। ଏହି ୬ ଗୋଟି ଜିଲ୍ଲାର ସମସ୍ତ ତୀର୍ଥ ଯାତ୍ରୀ ମାନେ ଭୁବନେଶ୍ୱର ସଦର ମହକୁମାରେ ୧୮ ତାରିଖ ଦିନ ପହଂଚି ରାତ୍ରି ଜାପାନ କରିବେ। ୧୯ ତାରିଖ ଦିନ ଭୁବନେଶ୍ୱର ରେଳ ଷ୍ଟେସନରୁ ଅଯୋଧ୍ୟ୍ୟ-ବାରଣାସୀ ଅଭିମୁଖେ ସେମାନେ ଯାତ୍ରା ଆରମ୍ଭ କରିବେ।
ଏହି ଉପଲକ୍ଷେ ଜିଲ୍ଲାପାଳ ଚଂଚଳ ରାଣା ସୁରକ୍ଷା ସେବାଧିକାରୀଙ୍କ ଦାୟିତ୍ୱ ୧୮ ତାରିଖ ଦିନ ସାମୟିକ ରହଣି ସ୍ଥଳ ରେ ସେମାନଙ୍କର ବିଭିନ୍ନ ସେବା ସମ୍ବଦ୍ଧ ରେ ଗୁରୁତ୍ୱାରୋପ କରିବା ସହ ସମ୍ପୃକ୍ତ ଅଧିକାରୀ ମାନେ ନିଷ୍ଠାର ସହ ନିଜ ନିଜ ଦାୟିତ୍ୱ ସମ୍ପାଦନା କରି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାକୁ ସଫଳ କରିବାକୁ ନିର୍ଦେଶ ଦେଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର ରୁଦ୍ର ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଜ୍ୟୋତିଶଙ୍କର ସାହୂ, ଉପଜିଲ୍ଲାପାଳ ଭୁବନେଶ୍ୱର ଡ଼. ମନୋରଞ୍ଜନ ସାହୁଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।