ପୁରୀ ପଟ୍ଟନାୟିକିଆ ସାହିରେ ଘଟିଥିବା ଟ୍ରିପଲ୍ ମର୍ଡର ଘଟଣାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଚସ୍ପତିଙ୍କ ରୁଲିଂ ପରେ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୧୪ ତାରିଖରେ ପଟ୍ଟନାୟିକିଆରେ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣା ନେଇ ସତ୍ୟବାଦୀ ଥାନାରେ ଏଫଆଇଆର ହୋଇଥିଲା । ଘଟଣା ଉପରେ ପୋଲିସ୍ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣାରେ ୬ଜଣଙ୍କୁ ପୋଲିସ ଗିରଫ କରାଯାଇଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜମିଜମାକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ରହିଥିଲା । ରାଜ୍ୟରେ ସଂଗଠିତ ଅପରାଧ ରୋକିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି । ଏହି ଘଟଣାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରାଯାଇଥିଲା।