Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୋଡୋପା ଉପେନ୍ଦ୍ର ନାଥ ବ୍ରହ୍ମା ଜୀଙ୍କ ନାମରେ ନାମିତ ହେବ ଦିଲ୍ଲୀର ଏକ ପ୍ରମୁଖ ରାସ୍ତା 
ଆଜିର ଖବର

ବୋଡୋପା ଉପେନ୍ଦ୍ର ନାଥ ବ୍ରହ୍ମା ଜୀଙ୍କ ନାମରେ ନାମିତ ହେବ ଦିଲ୍ଲୀର ଏକ ପ୍ରମୁଖ ରାସ୍ତା 

March 16, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଆସାମର କୋକ୍ରାଝାରଠାରେ ଆୟୋଜିତ ଅଲ୍ ବୋଡୋ ଷ୍ଟୁଡେଣ୍ଟସ୍‍ ୟୁନିୟନ (ଏବିଏସ୍‍ୟୁ)ର ୫୭ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ  ଯୋଗ ଦେଇଛନ୍ତି। ଏହି ଅବସରରେ, ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, ବିଧାନସଭାର ବାଚସ୍ପତି ବିଶ୍ୱଜିତ ଦୈମାରୀ, କେନ୍ଦ୍ର ଗୃହ ସଚିବ ଏବଂ ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକଙ୍କ ସହିତ ଅନେକ ସମ୍ମାନିତ ବ୍ୟକ୍ତି ଭାବେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜ ଅଭିଭାଷଣରେ କହିଛନ୍ତି ଯେ ଅଲ୍ ବୋଡୋ ଷ୍ଟୁଡେଣ୍ଟସ ୟୁନିଅନ ଏହି ଅଞ୍ଚଳରେ ଶାନ୍ତି, ବିକାଶ ଏବଂ ଉତ୍ସାହ ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ୟୁନିୟନର  ସକ୍ରିୟ ଭୂମିକା ବିନା, ବୋଡୋ ଚୁକ୍ତି ସମ୍ଭବ ହୋଇନଥାନ୍ତା ଏବଂ ବୋଡୋଲ୍ୟାଣ୍ଡରେ ଶାନ୍ତି ପ୍ରତିଷ୍ଠା ହୋଇନଥାନ୍ତା ବୋଲି ଶ୍ରୀ ଶାହ କହିଛନ୍ତି। ଏହି ଅବସରରେ, ଶ୍ରୀ ଶାହା ବୋଡୋଲ୍ୟାଣ୍ଡର ଶାନ୍ତି ପାଇଁ ଲଢ଼ିଥିବା ପାଞ୍ଚ ହଜାର ସହିଦଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅମିତ ଶାହ କହିଛନ୍ତି, ଆଜି ଯେତେବେଳେ ସମଗ୍ର ବୋଡୋଲାଣ୍ଡ ଏହାର ନେତା ଉପେନ୍ଦ୍ର ନାଥ ବ୍ରହ୍ମାଜୀଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରୁଛି, ସେତେବେଳେ ସରକାର ଦିଲ୍ଲୀର ଏକ ପ୍ରମୁଖ ରାସ୍ତାକୁ ତାଙ୍କ ସ୍ମୃତିରେ ବୋଡୋପା ଉପେନ୍ଦ୍ର ନାଥ ବ୍ରହ୍ମା ମାର୍ଗ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏପ୍ରିଲ ପ୍ରଥମ ସପ୍ତାହରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଠାରେ ଉପେନ୍ଦ୍ର ନାଥ ବ୍ରହ୍ମାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ। ସେ କହିଛନ୍ତି, ମୋଦୀ ସରକାର ଏବଂ ଆସାମ ସରକାର ବୋଡୋପା ଉପେନ୍ଦ୍ର ନାଥ ବ୍ରହ୍ମାଜୀଙ୍କ ପ୍ରତ୍ୟେକ ସ୍ୱପ୍ନକୁ ସାକାର କରିବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହି ଛାତ୍ର ସଂଘ ଶିକ୍ଷା, ସଶକ୍ତିକରଣ ଏବଂ ବିକାଶକୁ ପାଥେୟ କରିଛି। ଏହାର ପ୍ରୟାସ ଯୋଗୁଁ ଆଜି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୋଡୋ ଭାଷାରେ ପରୀକ୍ଷା ଦେଇପାରୁଛନ୍ତି। ଫଳସ୍ୱରୂପ, ବୋଡୋ ଭାଷାକୁ ସ୍ୱୀକୃତି ମିଳିବା ସହ ଏହି ଭାଷାର ଭବିଷ୍ୟତକୁ ସୁଦୃଢ କରିଛି।  ସେ ଆଜିର କାର୍ଯ୍ୟକ୍ରମ ବୋଡୋଲାଣ୍ଡରେ ପ୍ରତିଷ୍ଠିତ ଶାନ୍ତି ପରିପ୍ରକ୍ଷୀରେ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ଶାହ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ, ୨୭ ଜାନୁଆରୀ, ୨୦୨୦ ଦିନ ଯେତେବଳେ ବୋଡୋଲ୍ୟାଣ୍ଡ ଆଞ୍ଚଳିକ କ୍ଷେତ୍ର (ବିଟିଆର) ସହ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ବିରୋଧୀ ଏହାକୁ ଉପହାସ କରୁଥିଲେ। ଆଜି କେନ୍ଦ୍ର ସରକାର ଏବଂ ଆସାମ ସରକାର ଏହି ଚୁକ୍ତିନାମାର ୮୨ ପ୍ରତିଶତ ସର୍ତ୍ତ ପୂରଣ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ଚୁକ୍ତିନାମାକୁ ୧୦୦ ପ୍ରତିଶତ କାର୍ଯ୍ୟକାରୀ କରିବେ। ଏହା ପରେ, ବିଟିଆରରେ ସ୍ଥାୟୀ ଶାନ୍ତି କାଏମ ରହିବ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଟିଆର ଶାନ୍ତି ଚୁକ୍ତିନାମା ଅନୁଯାୟୀ, ସରକାର ୧ ଏପ୍ରିଲ, ୨୦୨୨ ରେ ସମଗ୍ର ବିଟିଆର ଅଞ୍ଚଳରୁ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫ୍‍ସା)କୁ ହଟାଇ ଦେଇଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ (ଓଡିଓପି) କାର୍ଯ୍ୟକ୍ରମ ଅଧୀନରେ, ଆଜି କୋକରାଝାରର ଛତୁ, ଯାହା “ବୋଡୋଲ୍ୟାଣ୍ଡର ମଶରୁମ୍” ଭାବରେ ଜଣାଶୁଣା, ଦିଲ୍ଲୀର ହୋଟେଲଗୁଡ଼ିକର ମେନୁରେ ଅନ୍ତର୍ଭୁକ୍ତ କରାଯାଉଛି। ବୋଡୋଲ୍ୟାଣ୍ଡରେ ଶାନ୍ତି ପ୍ରତିଷ୍ଠା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସେ ଆହୁରି କହିଛନ୍ତି ଯେ ଶାନ୍ତି ଯୋଗୁଁ ବୋଡୋଲାଣ୍ଡ ‘ଡୁରାଣ୍ଡ କପ୍’ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରିଛି। ସେ ବୋଡୋଲାଣ୍ଡର ଖେଳାଳିମାନଙ୍କୁ ୨୦୩୬ରେ ଭାରତରେ ହେବାକୁ ଥିବା ସମ୍ଭାବ୍ୟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।

ଅମିତ ଶାହ କହିଛନ୍ତି, ବୋଡୋଲାଣ୍ଡର ଏକ ଡଜନରୁ ଅଧିକ ଉତ୍ପାଦକୁ ଭୌଗୋଳିକ ସୂଚକାଙ୍କ ଜିଆଇ ଟ୍ୟାଗ୍ ମିଳିଛି। ଫଳସ୍ୱରୂପ, ସମଗ୍ର ବିଟିଆର ଅଞ୍ଚଳରେ ଧୀରେ ଧୀରେ ଏକ ଶିଳ୍ପ ପରିବେଶ ସୃଷ୍ଟି ହେଉଛି। ସେ ଉଲ୍ଲେଖ କରିଛନ୍ତି ଯେ ଗୋଟିଏ ସମୟ ଥିଲା ଯେତେବେଳେ ଅଶାନ୍ତି, ବିଶୃଙ୍ଖଳା ଏବଂ ବିଚ୍ଛିନ୍ନତାବାଦ ବିଷୟରେ ଆଲୋଚନା ହେଉଥିଲା, କିନ୍ତୁ ବର୍ତ୍ତମାନ ଧ୍ୟାନ ଶିକ୍ଷା, ବିକାଶ ଏବଂ ଶିଳ୍ପ ଉପରେ କେନ୍ଦ୍ରିତ ହୋଇଛି।

ଯଦିଓ ଏହି ଅଞ୍ଚଳର ଜନସଂଖ୍ୟା ମାତ୍ର ୩.୫ ନିୟୁତ କିନ୍ତୁ  ବୋଡ଼ୋ ଅଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧୫୦୦ କୋଟି ଟଙ୍କା ଆବଣ୍ଟନ କରିଥିବା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ବୋଡୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ସହିତ, ସୋନିତପୁର ଏବଂ ବିଶ୍ୱନାଥ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ବିଟିଆର ଅଞ୍ଚଳକୁ ବିସ୍ତାର କରାଯାଇଥିଲା।

ଅମିତ ଶାହ କହିଛନ୍ତି ଯେ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣୀତ ହୋଇ ଶହ ଶହ ଯୁବକ ସମାଜର ମୁଖ୍ୟସ୍ରୋତକୁ ଆସିଛନ୍ତି। ଅନେକ ଅସ୍ତ୍ରଶସ୍ତ୍ର ସମର୍ପଣ କରିଛନ୍ତି। ଗତ ତିନି ବର୍ଷ ମଧ୍ୟରେ, ଆସାମରେ ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଫ୍ ବୋଡୋଲ୍ୟାଣ୍ଡର ୪୮୮୧ ଜଣ ସଦସ୍ୟଙ୍କ ପୁନର୍ବାସ ପାଇଁ ସରକାର ୨୮୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାର ୯୦ ପ୍ରତିଶତ ମୋଦୀ ସରକାର ପ୍ରଦାନ କରିଛନ୍ତି। ଶ୍ରୀ ଶାହ ଆହୁରି ଉଲ୍ଲେଖ କରିଛନ୍ତି ଯେ ନିଯୁକ୍ତି ଏବଂ ଦକ୍ଷତା ବିକାଶ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହାତକୁ ନିଆଯାଇଛି।  ସ୍ଥାନୀୟ ଲୋକଙ୍କ ସହିତ କାମ କରିବା ଏବଂ ସେମାନଙ୍କୁ ବିକାଶ ରାସ୍ତାରେ ନେବା ଲାଗି ଏନ୍‍ଜିଓ ମାଧ୍ୟମରେ  ପଶୁପାଳନ, ମତ୍ସ୍ୟପାଳନ ଏବଂ ଉଦ୍ୟାନ କୃଷି ସମେତ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ଶର୍ମା ଆସାମ କମାଣ୍ଡୋ ବାଟାଲିୟନରେ ୪୦୦ ବୋଡୋ ଯୁବକଙ୍କୁ ନିଯୁକ୍ତି ଦେଇ ଏକ ନୂତନ ଆରମ୍ଭ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ଆସାମରେ  ୯ଟି ବିଦ୍ରୋହୀ ଗୋଷ୍ଠୀ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯାହା ଦ୍ୱାରା ୧୦ ହଜାରରୁ ଅଧିକ ଯୁବକ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି।

ଅମିତ ଶାହ କହିଛନ୍ତି ଯେ ଯେଉଁଠାରେ ଥରେ ଗୁଳି ଚାଳନା କରାଯାଉଥିଲା, ଆଜି ବୋଡୋ ଯୁବକମାନେ ହାତରେ ତ୍ରିରଙ୍ଗା ଉଡ଼ାଉଛନ୍ତି। ଏହି ଦୃଶ୍ୟ ସମଗ୍ର ଦେଶକୁ ଏକ ବାର୍ତ୍ତା ପଠାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ବୋଡୋ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, କେବଳ ବୋଡୋଲ୍ୟାଣ୍ଡ ଏବଂ ଆସାମ ନୁହେଁ ବରଂ ସମଗ୍ର ଦେଶ ଖୁସି ଥିଲା। ଯେପରି ବୋଡୋଲ୍ୟାଣ୍ଡର ଲୋକମାନେ ଦେଶକୁ ଭଲ ପାଆନ୍ତି, ସେହିପରି ସମଗ୍ର ଦେଶ ବୋଡୋଲ୍ୟାଣ୍ଡ ଏବଂ ଏହାର ଲୋକଙ୍କୁ ଭଲ ପାଏ ଏବଂ ଏହାର ଯୁବପିଢ଼ିର ବିକାଶ ପାଇଁ ପ୍ରତିବଦ୍ଧ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ବୋଡୋଲ୍ୟାଣ୍ଡର ଲୋକମାନେ ଅନୁସରଣ କରୁଥିବା ବାଥୌ ଧର୍ମର ବହୁତ ଗୁରୁତ୍ୱ ରହିଛି। ସେ ବ୍ୟାଖ୍ୟା କରିଥିଲେ ଯେ ବାଥୌ ଦୁଇଟି ଉପାଦାନରେ ଗଠିତ, ଏବଂ ଏହାର ଅର୍ଥ ହେଉଛି “ପଞ୍ଚତତ୍ତ୍ୱର ସୃଷ୍ଟିକର୍ତ୍ତାଙ୍କ ଗଭୀର ରହସ୍ୟ”। ପାଞ୍ଚଟି ଉପାଦାନ, କିମ୍ବା ପଞ୍ଚତତ୍ତ୍ୱରେ ଅଗ୍ନି, ବାୟୁ, ପୃଥିବୀ, ଆକାଶ ଏବଂ ଜଳ ଅନ୍ତର୍ଭୁକ୍ତ, ଯାହା ଆପଣଙ୍କ ଏହି ମହାନ ଧର୍ମର ମୂଳଦୁଆ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ବାଥୌ ଧର୍ମର ବାର୍ତ୍ତା ପ୍ରସାର କରିବାକୁ ଚେଷ୍ଟା କରନ୍ତି।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ବିଦ୍ରୋହ, ଆନ୍ଦୋଳନ, ଅବରୋଧ, ଧର୍ମଘଟ ଏବଂ ହିଂସା ଭଳି ସମସ୍ୟାରୁ ମୁକ୍ତ ହୋଇଛି ଏବଂ ବିକାଶର ପଥକୁ ଆଗେଇ ନିଆଯାଇଛି। ସେ ଉଲ୍ଲେଖ କରିଛନ୍ତି ଯେ ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡକ୍ଟର ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଏକ ନିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଯାହା ଆସାମରେ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆଣୁଛି। ସେ ବୋଡୋ ଯୁବକମାନଙ୍କୁ ସେମାନଙ୍କର ଶିକ୍ଷା ଉପରେ ଧ୍ୟାନ ଦେବାକୁ ଏବଂ ଶାନ୍ତି ପ୍ରକ୍ରିୟାରେ ଯୋଗଦାନ ପାଇଁ ଆହ୍ୱାନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ବୋଡୋଲ୍ୟାଣ୍ଡରେ ଏପରି ଭିତ୍ତିଭୂମି ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହାଦ୍ୱାରା ବୋଡୋ ଯୁବକମାନେ ସାରା ବିଶ୍ୱର ଯୁବକମାନଙ୍କ ସହିତ ପ୍ରତିଯୋଗିତା କରିପାରିବେ। ସେ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ସରକାର ଏବଂ ଆସାମ ସରକାର ବୋଡୋଲ୍ୟାଣ୍ଡର ବିକାଶରେ କୌଣସି ସୁଯୋଗହାତଛଡ଼ା କରିବେ ନାହିଁ।

ଅମିତ ଶାହ ଆସାମ ଏବିଏସ୍‍ୟୁ କୋକ୍ରାଝାର ଗୃହ ମନ୍ତ୍ରଣାଳୟ ବାର୍ଷିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.