ମନ୍ଦିର ଦର୍ଶନ: ଭାରତରେ ଏପରି ମନ୍ଦିର ଅଛି ଯାହା ଧନୁ ତୀର ଆକାରରେ ହୋଇଛି ନିର୍ମାଣ

Published: Mar 18, 2025, 8:10 am IST

ଭୁବନେଶ୍ବର: ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ରାମନାରାୟଣମ ମନ୍ଦିର। ଏହି ମନ୍ଦିରଟି ଉପରୁ ଦେଖିଲେ ଲାଗିବ ସତେ ଯେପରି ଏକ ଧନୁରେ ତୀର ଖଞ୍ଜାଯାଇଛି।

ଏହି ଭିନ୍ନ ନିର୍ମାଣ ଶୈଳୀରେ ନିର୍ମିତ ମନ୍ଦିରଟି ବିଜୟାନଗରମ ନିକଟସ୍ଥ କୋରୁକୋଣ୍ଡା ରୋଡ ସ୍ଥାନରେ ଅବସ୍ଥିତ। ଏହା ବିଶାଖାପାଟନାମରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ୧୫ ଏକର ପରିମିତ ସ୍ଥାନରେ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ଏନସିଏସ ଚ୍ୟାରିଟେବୁଲ ଟ୍ରଷ୍ଟ।

Related posts