ଭାରତୀୟ ସେୟାର ବଜାରର ପ୍ରଦର୍ଶନ ବୁଧବାର ଦିନ ସ୍ଥିର ରହିଛି। ଏହି ସମୟରେ ସେନ୍ସେକ୍ସରେ ୪.୪୦ ପଏଣ୍ଟର ହ୍ରାସ ଘଟିଥିବା ବେଳେ ନିଫ୍ଟୀ ୨.୨୦ ପଏଣ୍ଟର ହ୍ରାସ ଘଟିଛି। ୦.୦୧ ପ୍ରତିଶତ ହ୍ରାସ ସହିତ ସେନ୍ସେକ୍ସ ୩୯୧୨୬.୬୪ ପଏଣ୍ଟରେ ରହିଥିବା ବେଳେ ୦.୦୨ ପ୍ରତିଶତ ହ୍ରାସ ସହିତ ନିଫ୍ଟୀ ୧୧୬୬୪.୮୦ ପଏଣ୍ଟରେ ରହିଛି। କୋଟାକ୍ ବ୍ୟାଙ୍କ, ଟେକ୍ ମହିନ୍ଦ୍ରା, ଏସିଆନ୍ ପେଣ୍ଟସ୍, ଏଚ୍ସିଏଲ୍ ଏବଂ ୟେସ୍ ବ୍ୟାଙ୍କ ଲାଭ ହାସଲ କରିଥିବା ବେଳେ ଟାଟା ମୋଟର୍ସ, ଟାଟା ଷ୍ଟିଲ୍, ସନ୍ ଫାର୍ମା , ଟିସିଏସ୍ ଏବଂ ଇନ୍ଫୋସିସ୍ ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି। ସେହିପରି ଦିନର ପ୍ରାରମ୍ଭିକ ଟ୍ରେଡ ଅନୁଯାୟୀ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୯ ପଇସା ହ୍ରାସ ପାଇଛି। ପୂର୍ବରୁ ଡଲାରର ବିନିମୟ ମୂଲ୍ୟ ୬୮.୮୦ ପଇସା ରହିଥିବା ବେଳେ ବୁଧବାର ଏହା ୬୮.୭୧ ପଇସା ରହିଛି।