Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କମ୍‌ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣ ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି
ଆଜିର ଖବର

କମ୍‌ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣ ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

March 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ୨୦୨୪-୨୫ ବର୍ଷ ପାଇଁ ‘ବ୍ୟକ୍ତିରୁ ବ୍ୟବସାୟୀଙ୍କୁ (ପିଟୁଏମ) କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନା’କୁ ନିମ୍ନ ମତେ ମଞ୍ଜୁର କରାଯାଇଛି:

(୧) ୧ ଏପ୍ରିଲ ୨୦୨୪ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ ଆନୁମାନିକ ୧୫ ଶହ କୋଟି ଟଙ୍କାର ବ୍ୟୟବରାଦ ସହିତ କାର୍ଯ୍ୟକାରୀ କରାଯିବ।

(୨) କେବଳ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୨ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ (ପିଟୁଏମ) ନେଣଦେଣକୁ ଏହି ଯୋଜନା ଅଧୀନରେ ସାମିଲ କରାଯିବ।

ବର୍ଗ କ୍ଷୁଦ୍ର ବ୍ୟବସାୟୀ ବଡ଼ ବ୍ୟବସାୟୀ
୨ହଜାର ଟଙ୍କା ପର୍ଯ୍ୟନ୍ତ ଶୂନ ଏମଡିଆର/ ଆର୍ଥିକ ପ୍ରୋତ୍ସାହନ (୦.୧୫% ହାରରେ) ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ
୨ ହଜାର ଟଙ୍କାରୁ ଅଧିକ ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ

(୩) କେବଳ କ୍ଷୁଦ୍ର ବ୍ୟବସାୟୀ ବର୍ଗ ପାଇଁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ପ୍ରତ୍ୟେକ ନେଣଦେଣ ପିଛା ୦.୧୫%ର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।

(୪) ଯୋଜନାର ସମସ୍ତ ତ୍ରୈମାସ ପାଇଁ, ଅଧିଗ୍ରହଣକାରୀ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତ ଦାବି ପରିମାଣର ୮୦ ପ୍ରତିଶତ ବିନା କୌଣସି ସର୍ତ୍ତରେ ବଣ୍ଟନ କରାଯିବ।

(୫) ପ୍ରତ୍ୟେକ ତ୍ରୈମାସ ପାଇଁ ଗ୍ରହଣ କରାଯାଇଥିବା ଦାବି ପରିମାଣର ଅବଶିଷ୍ଟ ୨୦ ପ୍ରତିଶତ ପରିଶୋଧ ନିମ୍ନଲିଖିତ ସର୍ତ୍ତାବଳୀ ପୂରଣ କରିବା ଉପରେ ନିର୍ଭରଶୀଳ ହେବ:

  • ଅନୁମୋଦିତ ଦାବିର ୧୦ ପ୍ରତିଶତ କେବଳ ସେତେବେଳେ ପ୍ରଦାନ କରାଯିବ ଯେତେବେଳେ ଅଧିଗ୍ରହଣକାରୀ ବ୍ୟାଙ୍କର ବୈଷୟିକ ହ୍ରାସ ୭୫ ପ୍ରତିଶତରୁ କମ୍ ହେବ।
  • ଏବଂ, ଅନୁମୋଦିତ ଦାବିର ଅବଶିଷ୍ଟ ୧୦ ପ୍ରତିଶତ କେବଳ ସେତେବେଳେ ପ୍ରଦାନ କରାଯିବ ଯେତେବେଳେ ଅଧିଗ୍ରହଣକାରୀ ବ୍ୟାଙ୍କର ସିଷ୍ଟମ ଅପଟାଇମ ୯୯.୫ ପ୍ରତିଶତରୁ ଅଧିକ ହେବ।

ଲାଭ:

  1. ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର ମାଧ୍ୟମରେ ସୁବିଧାଜନକ, ସୁରକ୍ଷିତ, ଦ୍ରୁତ ନଗଦ ପ୍ରବାହ ଏବଂ ଉନ୍ନତ ଋଣ ବ୍ୟବସ୍ଥା।
  2. ବିନା କୌଣସି ଅତିରିକ୍ତ ଶୁଳ୍କର ସହଜ ପରିଶୋଧ ସୁବିଧା ଦ୍ୱାରା ସାଧାରଣ ନାଗରିକଙ୍କୁ ଲାଭ ହେବ।
  • କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୟୁପିଆଇ ସେବାର ଲାଭ ଉଠାଇବାରେ ସକ୍ଷମ କରିବା। ଯେହେତୁ କ୍ଷୁଦ୍ର ବ୍ୟବସାୟୀମାନେ ମୂଲ୍ୟ ପ୍ରତି ସମ୍ବେଦନଶୀଳ, ତେଣୁ ଏହି ପଦକ୍ଷେପ ସେମାନଙ୍କୁ ୟୁପିଆଇ ଦେୟ ଗ୍ରହଣ କରିବାକୁ ଉତ୍ସାହିତ କରିବ।
  1. ଏହା ଡିଜିଟାଲ ରୂପରେ ଅର୍ଥ ନେଣଦେଣକୁ ଔପଚାରିକ କରିବା ଏବଂ ନେଣଦେଣ ହିସାବ ରଖିବା ଜରିଆରେ କମ୍‌ ନଗଦ ଅର୍ଥବ୍ୟବସ୍ଥା ପାଇଁ ସରକାରଙ୍କ ସଂକଳ୍ପକୁ ସମର୍ଥନ କରିଥାଏ।
  2. ଦକ୍ଷତା ଲାଭ-୨୦ ପ୍ରତିଶତ ପ୍ରୋତ୍ସାହନ ବ୍ୟାଙ୍କଗୁଡ଼ିକ ଉଚ୍ଚ ସିଷ୍ଟମ ଅପଟାଇମ ଏବଂ କମ୍ ବୈଷୟିକ ଅବନତି ବଜାୟ ରଖିବା ଉପରେ ନିର୍ଭରଶୀଳ। ଏହା ଦ୍ୱାରା ନାଗରିକମାନଙ୍କ ପାଇଁ ଦିନରାତି ଦେୟ ସେବାର ଉପଲବ୍ଧତା ସୁନିଶ୍ଚିତ ହେବ।
  3. ୟୁପିଆଇ ନେଣଦେଣର ଅଭିବୃଦ୍ଧି ଏବଂ ରାଜକୋଷ ଉପରେ ସର୍ବନିମ୍ନ ଆର୍ଥିକ ବୋଝ ମଧ୍ୟରେ ଉଭୟର ନ୍ୟାୟସଙ୍ଗତ ସନ୍ତୁଳନ।

ଉଦ୍ଦେଶ୍ୟ:

  • ସ୍ୱଦେଶୀ ଭୀମ-ୟୁପିଆଇ ପ୍ଲାଟଫର୍ମକୁ ପ୍ରୋତ୍ସାହନ। ଆର୍ଥିକ ବର୍ଷ ୨୦୨୪-୨୫ରେ ମୋଟ କାରବାର ପରିମାଣ ୨୦ ହଜାର କୋଟି ଲକ୍ଷ୍ୟ ହାସଲ କରିବା।
  • ଏକ ସୁଦୃଢ଼ ଏବଂ ସୁରକ୍ଷିତ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମି ନିର୍ମାଣରେ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀଙ୍କୁ ସହାୟତା କରିବା।
  • ଫିଚର ଫୋନ୍‌ ଆଧାରିତ (ୟୁପିଆଇ ୧୨୩ ପେ) ଏବଂ ଅଫଲାଇନ (ୟୁପିଆଇ ଲାଇଟ୍‌/ୟୁପିଆଇ ଲାଇଟ୍‌ ଏକ୍ସ) ପେମେଣ୍ଟ ସମାଧାନ ଭଳି ଅଭିନବ ଉତ୍ପାଦକୁ ପ୍ରୋତ୍ସାହନ ଦେଇ ତୃତୀୟରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ସହର, ବିଶେଷ କରି ଗ୍ରାମୀଣ ଓ ଉପାନ୍ତ କ୍ଷେତ୍ରରେ ୟୁପିଆଇର ପ୍ରବେଶ।
  • ଉଚ୍ଚ ସିଷ୍ଟମ୍‌ ଅପଟାଇମ ବଜାୟ ରଖିବା ଏବଂ ବୈଷୟବିକ ହ୍ରାସକୁ କମ୍‌ କରିବା।
କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ନରେନ୍ଦ୍ର ମୋଦୀ ଭୀମ-ୟୁପିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଉପକରଣ ବଣ୍ଟନ

April 2, 2026

ଆଜି କିଏ ଜିତିବ, କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ କାହାର ପଲ୍ଲା ଭାରି?

April 2, 2026

ଆମେରିକା ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ଶକ୍ତିଶାଳୀ ବାର୍ତ୍ତା ପଠାଇଲା ଇରାନ: ଜାଣନ୍ତୁ….

April 2, 2026

ରାଜ୍ୟସଭାର ଏହି ପଦବୀରୁ ହଟିବେ ରାଘବ ଚଢା: ବଡ଼ ପଦକ୍ଷେପ ନେଲା ‘ଆପ’

April 2, 2026
Latest News

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଉପକରଣ ବଣ୍ଟନ

April 2, 2026

ଆଜି କିଏ ଜିତିବ, କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ କାହାର ପଲ୍ଲା ଭାରି?

April 2, 2026

ଆମେରିକା ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ଶକ୍ତିଶାଳୀ ବାର୍ତ୍ତା ପଠାଇଲା ଇରାନ: ଜାଣନ୍ତୁ….

April 2, 2026

ରାଜ୍ୟସଭାର ଏହି ପଦବୀରୁ ହଟିବେ ରାଘବ ଚଢା: ବଡ଼ ପଦକ୍ଷେପ ନେଲା ‘ଆପ’

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.