ଭାରତ ସହିତ ପ୍ରତିରକ୍ଷା ସମ୍ପର୍କ ଦୃଢ କରାଯିବ : ମାର୍କ ଟି ଏସ୍ପର

Published: Jul 17, 2019, 12:24 pm IST

ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସମ୍ପର୍କ ସୁଦୃଢ କରାଯିବ ବୋଲି ପ୍ରତିରକ୍ଷା ସଚିବ ମାର୍କ ଟି ଏସ୍ପର ପ୍ରକାଶ କରିଛନ୍ତି। ଭାରତୀୟ ସୁରକ୍ଷା ବଳଙ୍କ ସହିତ ଆମେରିକାର ସହଭାଗିତାରେ ଏକ ଶକ୍ତିଶାଳୀ ସେନା ସୃଷ୍ଟି କରାଯାଇ ପାରିବ ବୋଲି ଏସ୍ପର ମତ ଦେଇଛନ୍ତି। ହ୍ବାଇଟ୍‌ ହାଉସ୍‌ ଏବଂ ପେଣ୍ଟାଗନ୍‌ ସର୍ବଦା ଭାରତ ସହିତ ନିଜର ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଘଟାଇବାକୁ ଆଗ୍ରହୀ ବୋଲି ଏସ୍ପର କହିଛନ୍ତି। ୨୦୧୪ ମସିହା ପୂର୍ବରୁ ଭାରତ ଆମେରିକା ନିକଟରୁ ଅଧିକ ଅସ୍ତ୍ର ଶସ୍ତ୍ର କିଣୁଥିବା ବେଳେ ବର୍ତ୍ତମାନ ଭାରତ ଋଷିଆ ଏବଂ ଇସ୍ରାଏଲ୍‌ ନିକଟରୁ ଅଧିକ ଅସ୍ତ୍ରଶସ୍ତ୍ର କିଣୁଛି। ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ବୃଦ୍ଧି କରିବା ସହିତ ଭାରତକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ ବୃଦ୍ଧି କରାଯିବା ନେଇ ଟ୍ରମ୍ପ ସରକାର ଉତ୍ସାହିତ ଅଛନ୍ତି ବୋଲି ମାର୍କ ଟି ଏସ୍ପର ସୂଚନା ଦେଇଛନ୍ତି।

Related posts