Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରମାଗତ ଦ୍ୱିତୀୟ ଥର ପାଇଁ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଆୟୋଜନ କରିବ ଭାରତ, ଏହି ତାରିଖରୁ ଆରମ୍ଭ
ଆଜିର ଖବର

କ୍ରମାଗତ ଦ୍ୱିତୀୟ ଥର ପାଇଁ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଆୟୋଜନ କରିବ ଭାରତ, ଏହି ତାରିଖରୁ ଆରମ୍ଭ

March 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ମଧ୍ୟ ଭାରତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଆୟୋଜନ କରୁଛି। ଚଳିତ ବର୍ଷ ହାଇଦ୍ରାବାଦରେ ଏହାର ଆୟୋଜନ କରାଯାଉଛି। ଏଥର ତେଲେଙ୍ଗାନା ସରକାର ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛନ୍ତି। ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ପ୍ରକାଶ ଯେ, ଗତ ବର୍ଷ ମଧ୍ୟ ଭାରତ ମିସ୍ ୱାର୍ଲ୍ଡ ଆୟୋଜନ କରିଥିଲା।

୧୨୦ ଟି ଦେଶର ସୁନ୍ଦରୀମାନେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ନନ୍ଦିନୀ ଗୁପ୍ତା ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ଭାଗ ନେବାକୁ ଯାଉଛନ୍ତି। ନନ୍ଦିନୀଙ୍କୁ ଦେଖିବା ପାଇଁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି। ସମସ୍ତେ ଦେଖିବାକୁ ଚାହାଁନ୍ତି କି ସେ କେଉଁ ଚମତ୍କାର କରୁଛନ୍ତି। ଏହି ପ୍ରତିଯୋଗିତା ମଇ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏବଂ ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତ ଆୟୋଜନ କରୁଛି:

ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ଅତ୍ୟନ୍ତ ଉତ୍ସାହର ସହିତ ଅନୁଷ୍ଠିତ ହୋଇଥିଲା। ମିସ୍ ୱାର୍ଲ୍ଡ-୨୦୨୪ କୁ ଚେକ ରିପବ୍ଲିକର କ୍ରିଷ୍ଟିନା ପିସଜକୋଭା ଜିତିଥିଲେ। ଚଳିତ ବର୍ଷର ବିଜେତାଙ୍କୁ କ୍ରିଷ୍ଟିନା ମୁକୁଟ ପିନ୍ଧାଇବେ।

ନନ୍ଦିନୀ ଭାରତର ପ୍ରତିନିଧିତ୍ୱ କରିବେ:

ଭାରତ ପକ୍ଷରୁ ନନ୍ଦିନୀ ଗୁପ୍ତା ଅଂଶଗ୍ରହଣ କରୁଛନ୍ତି। ନନ୍ଦିନୀ କୋଟାର ବାସିନ୍ଦା। ସେ ସେଣ୍ଟ୍ ପଲ୍ ସିନିୟର ମାଧ୍ୟମିକ ବିଦ୍ୟାଳୟରୁ ତାଙ୍କର ପାଠପଢା କରିଥିଲେ। ନନ୍ଦିନୀ ମୁମ୍ବାଇର ଲାଲା ଲଜପତ ରାୟ କଲେଜରୁ ସ୍ନାତକ ହାସଲ କରିଥିଲେ।

ଚଳିତ ବର୍ଷ ତେଲେଙ୍ଗାନା ହୋଷ୍ଟିଂକୁ ନେଇ ଉତ୍ତେଜନା ଦେଖାଦେଇଛି। ସେମାନେ ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ୨୦୦ କୋଟି ଟଙ୍କା ବୋଲି ଆକଳନ କରିଛନ୍ତି। ଏହା ପରେ ରାଜ୍ୟରେ ବିରୋଧୀ ଦଳ ଭାରତ ରାଷ୍ଟ୍ର ସମିତି ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ବିଆରଏସ ନେତା କେ.ଟି ରାମା ରାଓ କହିଛନ୍ତି ଯେ ଏହା ସରକାରୀ ପାଣ୍ଠିର ଅପବ୍ୟବହାର।

hyderabad
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026
Latest News

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.