ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ଆସନକୁ ହାତେଇବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ଚାଲିଛି । ବିଜେଡିର ମାଳମାଳ ମନ୍ତ୍ରୀ,ବିଧାୟକ ଓ ନେତା ପାଟକୁରାରେ ଡେରା ପକାଇ ଥିବାବେଳେ ଗତକାଲି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଯାଇ ହାଇଟେକ୍ ବସରେ ରୋଡ୍ ଶୋ’ କରିଛନ୍ତି। ସେହିପରି ବିଜେପି ଓ କଂଗ୍ରେସର ବହୁ ତୁଙ୍ଗ ଓ ବରିଷ୍ଠ ନେତାମାନେ ନିଜ ନିଜ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିଛନ୍ତି । ୨୦ ତାରିଖରେ ଏହି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ୨୦ ତାରିଖକୁ ପାଟକୁରା ଭୋଟରଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ଉଭୟ ବିଜେଡି ଓ ବିଜେପି ପାଇଁ ଏହି ଆସନଟି ସମ୍ମାନର ପ୍ରଶ୍ନ ହୋଇରହିଛି ।