ଆସାମ ବନ୍ୟା କ୍ଷତିଗ୍ରସ୍ତକୁ ସାହାଯ୍ୟର ହାତ ବଢାଇଲେ ଖିଲାଡି କୁମାର

Published: Jul 18, 2019, 8:51 am IST

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ବଦାନ୍ୟତା କିଛି କମ୍‌ ନୁହେଁ । ଆସାମ, ବିହାର ଓ ଉତ୍ତରପ୍ରଦେଶରେ ଆସିଥିବା ବନ୍ୟା ଯୋଗୁଁ ହୋଇଥିବା କ୍ଷତିଗ୍ରସ୍ତ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଖିଲାଡି କୁମାର । ଆସାମର ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଓ କାଜିରଙ୍ଗା ନ୍ୟାସନାଲ୍‌ ପାର୍କ ପାଇଁ ୧ କୋଟି ଟଙ୍କା ଲେଖାଏଁ ସହାୟତା ରାଶି ଦାନ କରିଛନ୍ତି । ଏହି ଅବସରରେ ଅଭିନେତା ଅକ୍ଷୟ କହିଛନ୍ତି ଯେ, ଆସାମରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଅବସ୍ଥା ବେଶ୍‌ ହୃଦୟ ବିଦାରକ । ମଣିଷ ହେଉ ଅଥବା ପଶୁ, ସମସ୍ତଙ୍କୁ ଏହି ଅସୁବିଧା ସମୟରେ ସହଯୋଗ ନିତାନ୍ତ ଆବଶ୍ୟକ । ଆସାମରେ ବନ୍ୟା ପାଇଁ ୫୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୪ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କାଜିରଙ୍ଗା ନ୍ୟାସନାଲ୍‌ ପାର୍କର ଅଧିକାଂଶ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି । ଏଠାରେ ଥିବା ପଶୁମାନେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ।  ବଲିଉଡ୍‌ ଖିଲାଡିଙ୍କ ଅପକମିଙ୍ଗ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’ ଆସନ୍ତା ୧୫ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଯାଉଛି ।

Related posts