ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳକୁ ଲାଗି ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଯାହା ଫଳରେ ଆସନ୍ତା ୪୮ଘଣ୍ଟାରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଓଡ଼ିଶାରେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ସ୍ୱଭାବିକ ଠାରୁ କମ ପରିମାଣର ବର୍ଷା ହୋଇଛି । ଏହି ଲଘୁଚାପ ପ୍ରଭାବରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଲରେ ତଳିରୁଆ କାମ ଚାଲିଥିବା ବେଳେ ରାଜ୍ୟରେ ୪୦ପ୍ରତିଶତରୁ କମ ବର୍ଷା ହୋଇଛି । ଯାହା ଚାଷଜମିରେ ମରୁଡ଼ିସ୍ଥିତି ଦେଖା ଦେଖାଣି । ଚଳିତ ଥର ମୌସୁମୀ ବହୁତ ଡେରିରେ ଓଡ଼ିଶା ଉପକୂଳ ଛୁଁଇଥିବାବେଳେ ଆଶାଠାରୁ କମ୍ ପରିମାଣର ବର୍ଷା ଚିନ୍ତା ବଢାଇ ଦେଇଛି ।