ରାଜ୍ୟସଭାରେ ସମାଜବାଦୀ ପାର୍ଟିର ସାଂସଦମାନେ ହୋ ହଲ୍ଲା କରିବା ଯୋଗୁଁ ରାଜ୍ୟସଭା ୧୫ ମିନିଟ୍ ପାଇଁ ମୁଲତବୀ ହୋଇଛି। ଗୁରୁବାର ସମାଜବାଦୀ ନେତା ରାମଗୋପାଳ ଯାଦବଙ୍କ ନେତୃତ୍ବରେ ସମାଜବାଦୀ ସାଂସଦମାନେ ହୋ ହଲ୍ଲା କରିଥିଲେ। ଉତ୍ତରପ୍ରଦେଶର ସୋନେଭଦ୍ରାରେ ୯ ଜଣଙ୍କ ହତ୍ୟା କାରଣକୁ ନେଇ ଯୋଗୀ ସରକାରଙ୍କୁ ସମାଲୋଚନା କରିବା ସହିତ ଆଇନ୍ ବ୍ୟବସ୍ଥାର ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ ଆଣି ହଙ୍ଗାମା କରିଥିଲେ। ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ଗୃହର ବିବରଣୀରେ ଏହାକୁ ସାମିଲ କରିବା ନେଇ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ। ଏହାପରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଗୃହକୁ ୧୫ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।