ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ପ୍ରଦୀପ ମହାରଥୀଙ୍କ ତୁତୁ ମେଁମେଁ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି, ଉଭୟଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । ମହାରଥୀ ସବୁବେଳେ ଯାତ୍ରୀ ଶୈଳୀରେ କଥାବାର୍ତ୍ତା କରନ୍ତି। ସେ ଆହୁରି କହିଛନ୍ତି,“ସମସ୍ତଙ୍କର ବିଧାନସଭାରେ କହିବାର ଅଧିକାର ରହିଛି। ମହାରଥୀ ଯାହା ଅନୁଭବ କଲେ, ତାହା କହିଛନ୍ତି।” ଗତକାଲି ଆଳୁ ମିଶନ ଫେଲ ମାରିବା ଓ ଶୀତଳ ଭଣ୍ଡାର ବନ୍ଦ ହେବା ନେଇ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପରୋକ୍ଷରେ ଦାୟୀ କରିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଜି ମଧ୍ୟ ମହାରଥୀ ଏହି ବିଷୟକୁ ନେଇ ପୂଜାରୀଙ୍କ ଆକ୍ଷେପ କରିବା ସହିତ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି ।