
ସମୀକ୍ଷା ବ୍ୟୁରୋ: ଏଇ ଏପ୍ରିଲମାସରେ ମିଳିବ ସୁଭଦ୍ରା ଟଙ୍କା। ଏ ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ ଏପ୍ରିଲ ୨୨ ଓ ୨୩ ତାରିଖରେ ସୁଭଦ୍ରା ଟଙ୍କା ମିଳିବ। ସର୍ଭେ ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ବର୍ତ୍ତମାନ ସୁଭଦ୍ରା ଯୋଜନାରୁ ୧ ଲକ୍ଷ ୭୦ ହଜାର ହିତାଧିକାରୀ ଟଙ୍କା ପାଇ ନାହାଁନ୍ତି। ସେମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିବ। ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି । ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା । ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି । ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି ।
Tags: ପ୍ରଭାତୀ ପରିଡା, ସୁଭଦ୍ରା