ମେକ୍ସିକୋରେ ଏକ ଯାତ୍ରିବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 15 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି । ମେକ୍ସିକୋର ପଶ୍ଚିମ ନାୟାରିଟ୍ରେ ଏହି ଦୁର୍ଘଟଣା ଘଟିଥିଲା । ଶୁକ୍ରବାର ସକାଳ 7ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ଏବଂ ମହିଳା ରହିଥିବା ଜଣାପଡିଛି । ମେକ୍ସିକୋର ରାଜଧାନୀ ଟେପିକ୍ରୁ ପାସିଫିକ୍ ରିସୋର୍ଟ ନିମନ୍ତେ ଯାଉଥିବା ଏହି ବସ୍ଟି କମ୍ପୋଷ୍ଟେଲା ନିକଟରେ ଏକ ପାହାଡରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍ରେ ରହିଥିବା ସମସ୍ତ ଯାତ୍ରୀ ପର୍ଯ୍ୟଟକ ଥିଲେ ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ଦେଖାଦେଇଛି ।