ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପାଟକୁରା ନିର୍ବାଚନ । ନିର୍ବାଚନ ପୂର୍ବରୁ ମୁ୍ଖ୍ୟ ନିର୍ବାଚନ ଅଧିକାରୀ ଏବଂ ଡିଜିପିଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସଦସ୍ୟ । ବିଜେପି ପକ୍ଷରୁ ବୁଥ୍ ଜବରଦଖଲର ଆଶଙ୍କା ରହିଥିବାରୁ ବିଜେଡି ପ୍ରତିନିଧି ଦଳ ପ୍ରଥମେ ମୁଖ୍ୟ ନିର୍ବାଚନ କମିଶନ ଏବଂ ପରବର୍ତ୍ତୀ ସମୟରେ ଡିଜିପିଙ୍କୁ ଭେଟି ଅଭିଯୋଗ ପ୍ରଦାନ କରିଥିଲେ । ଦଳ ପକ୍ଷରୁ ପାଟକୁରା ନିର୍ବାଚନ ନିମନ୍ତେ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ଦାବି କରାଯାଇଛି । ଆସନ୍ତା କାଲି ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ 23 ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ ।
Tags: