ଭାରତୀୟ ସେୟାର ବଜାରରେ ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ 23 ପଇସା ଶକ୍ତିଶାଳୀ ରହିଛି । ଏହି ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ 68.74ଟଙ୍କା ରହିଛି । ପୂର୍ବରୁ ଏହି ବିନିମୟ ମୂଲ୍ୟ 68.97 ଟଙ୍କା ରହିଥିଲା । ଏହା ସହିତ ସେୟାର ବଜାରରେ ଅଦ୍ଭୂତପୂର୍ବ ଅଭିବୃଦ୍ଧି ଦେଖାଦେଇଛି । ଏହି ସମୟରେ ସେନ୍ସେକ୍ସ 221.24 ପଏଣ୍ଟ ବୃଦ୍ଧି ପାଇ 38706.82 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍ଟୀ 67.90 ପଏଣ୍ଟର ଅଭିବୃଦ୍ଧି ସହିତ 11529 ପଏଣ୍ଟରେ ପହଞ୍ଚିଛି । ଅନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳମୂଲ୍ୟରେ ବ୍ୟାରେଲ୍ ପିଛା 2.02 ଡଲାର ବୃଦ୍ଧି ପାଇ 63.18 ଡଲାରରେ ପହଞ୍ଚିଛି ।
Tags: