ଆଜିଠୁ ଆରମ୍ଭ ହେଲା କଳିଙ୍ଗ ସାହିତ୍ୟ ମହୋତ୍ସବ

Published: Jul 19, 2019, 6:21 pm IST

ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଷଷ୍ଠ କଳିଙ୍ଗ ସାହିତ୍ୟ ମହୋତ୍ସବ ।  ଏହାକୁ ଉଦ୍‌ଘାଟନ କରିଛନ୍ତି  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା । କଳିଙ୍ଗ ସାହିତ୍ୟ ସମାବେଶ ପକ୍ଷରୁ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ସାହିତ୍ୟିକମାନଙ୍କୁ ପୁରସ୍କୃତ କରାଯାଇଛି ।  ସଙ୍ଗଠନର ବାର୍ଷିକ ଉତ୍ସବ ଅବସରରେ ଚାରିଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ପୁରସ୍କାର-୨୦୧୯ରେ ରାଜେନ୍ଦ୍ର କିଶୋର ପଣ୍ଡା, ଅନ୍ତର୍ଜାତୀୟ ସାହିତ୍ୟିକ ପୁରସ୍କାର ବିଭାଗରେ ପବନ କେ ବର୍ମା, କଳିଙ୍ଗ କାରୁବାକୀ ବିଭାଗରେ ପାରୋ ଆନନ୍ଦ ଏବଂ ଯୁବ ସାହିତ୍ୟିକ ଭାବରେ କେଦାର ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି । ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଭବାନୀ ପଟ୍ଟନାୟକ ପଓ୍ବନ କେ. ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।  କିଟ୍‌ କ୍ୟାମ୍ପସ୍‌  ପରିସରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ସାହିତ୍ୟିକ, ସିନେ ତାରକା ଓ ଗଣମାଧ୍ୟମ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ଜୁଲାଇ ୧୯ରୁ ୨୧ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରଶ୍ମିରଞ୍ଜନ ପରିଡ଼ା ଓ ଦେବାଶିଷ ସାମନ୍ତରାୟ ।

 

Related posts