ବାଣପୁରରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ପୋଲିସର ଅପମୃତ୍ୟୁ ମାମଲା ଋଜୁ

Published: Apr 13, 2025, 9:42 pm IST

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ବାଣପୁର କଲେଜ ଛକ ଅଞ୍ଚଳର ସେକ ରହିମ ଙ୍କ ପୁତ୍ର ସେକ ସାଜିଦ (35)ଙ୍କ ବିବାହ ବିଛେଦ ହୋଇଯାଇଥିବାରୁ ସେ ମାନସିକ ଚାପରେ ରହୁଥଲ।

ଦୀର୍ଘ ଦିନ ହେବ ମାନସିକ ଚାପରେ ରହିବା ସହ ସଦାବେଳେ ଦୁଃଖିତ ରହୁଥିଲେ l ତେବେ ଗତକାଲି ରାତିରେ ସେ ଘରକୁ ଫେରିନଥିଲେ। ଆଜି ସକାଳେ ସ୍ଥାନୀୟ ପରିଛା ସାହି ନିକଟସ୍ଥ ଏକ ଓଉ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ଓ ପୋଲିସକୁ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କେସ ନମ୍ବର 9/25 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଦେଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Related posts