Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତି ଶନିବାର ଓ ରବିବାର ରାତି ୯.୩୦ରେ ଜୀ ସାର୍ଥକରେ ସବୁଠାରୁ ବଡ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’
ଆଜିର ଖବର

ପ୍ରତି ଶନିବାର ଓ ରବିବାର ରାତି ୯.୩୦ରେ ଜୀ ସାର୍ଥକରେ ସବୁଠାରୁ ବଡ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’

April 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ପ୍ରଥା ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି। ଯେଉଁଥି ପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା।

ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିବା ଝିଅଙ୍କ ପାଇଁ ପୁଣି ଫେରିଛି ଓଡିଶାର ୧ ନମ୍ବର ରିଆଲିଟି ସୋ ‘ରଜ କୁଇନ୍’। ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ସବୁ ବର୍ଷ ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗ ନେବାକୁ ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଆୟୋଜନ ହେବାକୁ ଯାଉଛି ସମସ୍ତଙ୍କ ମନପସନ୍ଦର ରିୟାଲିଟି ସୋ ‘ରଜ କୁଇନ୍’। ଚଳିତ ବର୍ଷ ୧୩ତମ ‘ରଜ କୁଇନ୍’ ପାଇଁ ଅଡିସନ୍ ସରିଯାଇଛି। ଯାହା ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ପୁରୀ, ଭୁବନେଶ୍ବର, ବାଲେଶ୍ୱର, କେଉଁଝର, ରାଉରକେଲା, ଭଦ୍ରକ, ଅନୁଗୁଳ ଓ କଟକରେ ଅନୁଷ୍ଠିତ ହୋଇ ବଛାଯାଇ ଥିବା ପ୍ରତିଯୋଗୀମାନଙ୍କୁ ନେଇ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ “ରଜ କୁଇନ୍ ୨୦୨୫”।

ଚଳିତ ବର୍ଷ ଜଜ୍ ଭାବରେ ନଜର ଆସିବେ ଆମ ସମସ୍ତଙ୍କ ପ୍ରିୟ ଲିପି ମହାପାତ୍ର , ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର ଓ ମେଣ୍ଟର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ହିରୋଇନ ଦିବ୍ୟା, ସୁର୍ଯ୍ୟମୟୀ, ଅନୀଷା ଓ ଅନୁଭା ନଜର ଆସିବେ। ୧୫ରୁ ୨୫ ବର୍ଷ ମଧ୍ୟର ଆଶାୟୀ ପ୍ରାର୍ଥୀ ଅଡିସନ୍ ଦେଇ ଅଭିନେତ୍ରୀ ହେବାର ଦେଖିଥିବା ସ୍ବପ୍ନକୁ ପୁରା କରିପାରିବେ। ତେବେ ଡେରି କାହିଁକି ପ୍ରସ୍ତୁତ ହେଇଯାନ୍ତୁ ଖୁବ ଶୀଘ୍ର ଆସୁଛି ଆପଣଙ୍କ ପାଖକୁ ୧୩ତମ ‘ରଜ କୁଇନ୍’।

ଏପ୍ରିଲ ୧୯ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରଣ ହେବାକୁ ଯାଉଛି ‘ରଜ କୁଇନ୍’। ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍ ? ଜାଣିବାକୁ ଏହି ଯାତ୍ରା ସହ ଯୋଡ଼ି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

ଏପ୍ରିଲ ୧୯ ତାରିଖ ଜୀ ସାର୍ଥକ ରଜ କୁଇନ୍ ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.