କଂଗ୍ରେସ ନେତ୍ରୀ ମୃତ୍ୟୁ ମାମଲା: ଦିଗବିଜୟ ସିଂଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

Published: Apr 16, 2025, 8:51 pm IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂଙ୍କ ସମସ୍ୟା ବଢିପାରେ। କାରଣ ୨୮ ବର୍ଷ ପରେ କଂଗ୍ରେସ ନେତ୍ରୀ ସରଲା ମିଶ୍ରଙ୍କ ମୃତ୍ୟୁ ମାମଲା ପୁନଃ ଖୋଲାଯିବ। ଏହି ମାମଲାରେ ସରଲା ମିଶ୍ରଙ୍କ ଭାଇ ଦିଗବିଜୟ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଭୋପାଳ କୋର୍ଟଙ୍କ ନିର୍ଦ୍ଦେଶ ପରେ ସରଲା ମିଶ୍ରଙ୍କ ମୃତ୍ୟୁ ମାମଲା ପୁନଃ ଖୋଲାଯାଇଛି। ସରଲାଙ୍କ ଭାଇ କୋର୍ଟରେ ଆବେଦନ କରିଥିଲେ, ଏହା ପରେ ଭୋପାଳ କୋର୍ଟର ବିଚାରପତି ପଲକ ରାୟ ପୁଣି ଥରେ ପୋଲିସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକୃତରେ ପୋଲିସ୍ ଅନୁସନ୍ଧାନରେ ସରଲା ମିଶ୍ରଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ କୋର୍ଟ ଗ୍ରହଣ କରିଛନ୍ତି ଯେ ପୋଲିସର ତଦନ୍ତ ଠିକ୍ ଭାବରେ କରାଯାଇ ନାହିଁ ଏବଂ ପୁନର୍ବାର ଅନୁସନ୍ଧାନ କରି ରିପୋର୍ଟ ଦାଖଲ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଭୋପାଳର ଟିଟି ନାଗର ପୋଲିସ ଷ୍ଟେସନ ଏହି ଘଟଣାର ତଦନ୍ତ କରିଥିଲା।

ଦିଗବିଜୟ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି:

ଉଲ୍ଲେଖ ଯୋଗ୍ୟ ଯେ, ଫେବୃଆରୀ ୧୪ ତାରିଖ ୧୯୯୭ରେ ସରଲା ମିଶ୍ରଙ୍କର ମୃତ୍ୟୁ ହୋଇଥିଲା। ସରଲା ମିଶ୍ରଙ୍କ ଭାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି। ବର୍ତ୍ତମାନ ଏହି ମାମଲା ପୁନଃ ଖୋଲିବା ପରେ ସରଲା ମିଶ୍ରଙ୍କ ଭାଇ ଖୁସି ବ୍ୟକ୍ତ କରିଛନ୍ତି। ଅନୁରାଗ ମିଶ୍ର କହିଛନ୍ତି ଯେ, ମୁଁ ଆଶା କରୁଛି ନ୍ୟାୟ ମିଳିବ।

Related posts