Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡି ଓ କଂଗ୍ରେସକୁ ମିଳିଗଲା ସଭାପତି, ହେଲେ ଶାସକ ବିଜେପି ଦଳର ସଭାପତି କୁଆଡେ ଗଲେ ?
ଜାତୀୟ ଖବର

ବିଜେଡି ଓ କଂଗ୍ରେସକୁ ମିଳିଗଲା ସଭାପତି, ହେଲେ ଶାସକ ବିଜେପି ଦଳର ସଭାପତି କୁଆଡେ ଗଲେ ?

April 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
BjdBjpCong
ବିଜେଡି ଓ କଂଗ୍ରେସକୁ ମିଳିଗଲେ ସଭାପତି, ହେଲେ ଶାସକ ବିଜେପିର ସଭାପତି କୁଆଡେ ଗଲେ ?

ଭୁବନେଶ୍ବର: ଗତକାଲି ବିଜୁ ଜନତା ଦଳର ସଭାପତିଙ୍କ ନାମ ଘୋଷଣା ହୋଇଛି। ନବମ ଥର ପାଇଁ ନବୀନ ପଟ୍ଟନାୟକ ଦଳର ସଭାପତି ମୁକୁଟ ପିନ୍ଧିଛନ୍ତି। ହେଲେ ସେଥିରେ କିଛି ଆଶ୍ଚର୍ଯ୍ୟଜନକ କଥା ନାହିଁ। କାରଣ ବିଜେଡିର ନବୀନଙ୍କ ବ୍ୟତିରକେ ଅନ୍ୟ କେହି ସଭାପତି ହେବେ ନାହିଁ ତାହା ସମସ୍ତେ ଜାଣନ୍ତି। କେବଳ ଦଳର ନିୟମ ଅନୁସାରେ ଏହା କରାଯାଇଛି।

ସେହିପରି ବହୁ ବାଦ ବିବାଦ ପରେ ରାଜ୍ୟ କଂଗ୍ରେସକୁ ମଧ୍ୟ ସଭାପତି ମିଳିଯାଇଛି। ଦୀର୍ଘ ଦିନ ଧରି କଂଗ୍ରେସ ମଧ୍ୟ କାହାକୁ ସଭାପତି କରିବ ସେ ନେଇ ଚର୍ଚ୍ଚା ଚାଲିଥିଲା। ଏ ନେଇ ଦିଲ୍ଲୀରେ ମଧ୍ୟ  ଦଳର କେତକ ବରିଷ୍ଠ ନେତାମାନେ ବେଶ ଲବି ମଧ୍ୟ କରିଥିଲେ। ହେଲେ ଶେଷରେ ପୂର୍ବତନ ମନ୍ତ୍ରୀ ଭକ୍ତ ଦାସଙ୍କୁ ସଭାପତି କରାଯାଇଛି। ସେ ଦାୟିତ୍ବ ନେବାପରେ ବେଶ ଭଲ କାମ ମଧ୍ୟ କରିବା ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ବରେ ଦଳ ବେଶ ସକ୍ରିୟ ହୋଇପାରିଛି।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, ଶାସକ ବିଜେପିର ସଭାପତି କିଏ ହେବ ଏ ପର୍ଯ୍ୟନ୍ତ ନିଷ୍ପତି ହୋଇପାରୁ ନାହିଁ। ଦଳର ନେତାମାନେ ଏବଂ ପ୍ରଭାରୀ ବିଜୟସିଂ ପାଲ ତୋମାର ବାରମ୍ବାର ଏଇ ମାସରେ, ଆର ମାସରେ କହିବାରେ ଲାଗିଛନ୍ତି। ହେଲେ ସଭାପତି କିଏ ହେବ ତାହା ନିଷ୍ପତି ହୋଇପାରୁ ନାହିଁ। ପ୍ରଥମେ କୁହାଗଲା ଯେ, ନୂଆ ବରଷରେ ନୂଆ ସଭାପତି ଆସିବେ। ଅର୍ଥାତ ଗତ ଜାନୁୟାରୀରେ ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବ। ହେଲେ ତାହା ହୋଇପାରିଲା ନାହିଁ। ଏହାପରେ ପୁଣି କୁହାଗଲା ଫେବୃୟାରୀରେ ନୂଆ ସଭାପତି ଦାୟିତ୍ବ ନେବେ। ଫେବୃୟାରୀ ଯାଇ ଏପ୍ରିଲ ମାସ ହେଲାଣି, ହେଲେ ମଧ୍ୟ ନୂଆ ସଭାପତିଙ୍କୁ ବଛାଯାଇପାରୁ ନାହିଁ।

ତେବେ ଖବର ଅନୁସାରେ ବିଜେପିର ଦୁଇଟି ବଡ ଗୋଷ୍ଠୀ ମଧ୍ୟରେ ସଭାପତିଙ୍କୁ ନେଇ ଛକାପଞ୍ଚା ଲାଗିଛି। ଗୋଟିଏ ଗୋଷ୍ଠୀ ଦଳର ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କୁ ସଭାପତି କରିବାକୁ ଚାହୁଥିବା ବେଳେ ଆଉ ଏକ ଗୋଷ୍ଠୀ ମନମୋହନ ସାମଲଙ୍କୁ ପୁଣି ସଭାପତି କରିବାକୁ ଚାହୁଁଛନ୍ତି। ଫଳରେ ଦଳର ଶୀର୍ଷ ନେତୃତ୍ବ କଣ କରିବେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି।

ଦେଖିବାକୁ ଗଲେ ଓଡିଶା ବିଜେପିର ସଭାପତି କିଏ ହେବ ତାହା କେବଳ ମୋଦୀଶାହାଙ୍କ ବିନା ସ୍ବୀକୃତି ପରେ ଘୋଷଣା ହେବ। ତେଣୁ ସେମାନଙ୍କୁ ମଧ୍ୟ ଓଡିଶା ସଭାପତି ବାଛିବା କଷ୍ଟକର ହେଉଛି ବୋଲି ଅନୁମାନ କରିହେଉଛି। କାରଣ ଏ ପର୍ଯ୍ୟନ୍ତ ନିଷ୍ପତି ହୋଇପାରୁ ନାହିଁ ଅର୍ଥ ଶୀର୍ଷ ନେତୃତ୍ବ ମଧ୍ୟ ଓଡିଶା ସଭାପତିକୁ ନେଇ ଦ୍ବନ୍ଦରେ ଅଛନ୍ତି।

ତେବେ ଅନ୍ୟ ଏକ ସୁତ୍ର ଅନୁସାରେ ମନମୋହନ ଏବଂ ଗୋଲକଙ୍କ ମଧ୍ୟରୁ ମନମୋହନଙ୍କ ପଲ୍ଲା କୁଆଡେ ଭାରୀ ରହିଛି। ଶୀର୍ଷ ନେତୃତ୍ବ ପୁଣି ଥରେ ମନମୋହନଙ୍କୁ ସଭାପତି କରିବେ ବୋଲି ମନସ୍ଥ କରିସାରିଲେଣି। ଏ କଥା ଅନ୍ୟ ଗୋଷ୍ଠୀ ଜାଣିବା ପରେ ସେ କୁଆଡେ ଅଭିମାନ କରିଛନ୍ତି। ଫଳରେ ବିଭିନ୍ନ କାର୍ଯ୍ୟକ୍ରମରୁ ସେ ନିଜକୁ ଦୂରେଇ ରଖୁଛନ୍ତି। ଏସବୁ ଜାଣିବା ପରେ ମଧ୍ୟ ମନମୋହନ ତାଙ୍କର ଶରଣ ପଶୁ ନାହାଁନ୍ତି। ଯାହାକୁ ନେଇ ଦଳ ଭିତରେ ବେଶ ଚର୍ଚ୍ଚା ଚାଲିଛି।

BjdBjpCong କଂଗ୍ରେସ ସଭାପତି ଦଳୀୟ ସଭାପତି ବିଜେଡି ସଭାପତି ବିଜେପି ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025
Latest News

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.