Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗୁରୁବାର ଦିନ ଦୁଲିକିବ ଓଡିଶା ରାଜନୀତି, ବିଜେଡି ବିଜେପି ମୁହାଁମୁହିଁ, ନବୀନ ବନାମ ନଡ୍ଡା

ଭୁବନେଶ୍ବର: ଆସନ୍ତା ଗୁରୁବାର ଦିନ ଓଡିଶା ରାଜନୀତିରେ ଧଡକନ ସୃଷ୍ଟି ହେବ। ସାଧାରଣ ନିର୍ବାଚନ ତଥା ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହେବାରେ ଲାଗିଛି। ଉଭୟ ବିଜେଡି ଏବଂ ବିଜେପି ସହିତ କଂଗ୍ରେସ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କ ନିକଟତର ହେବାକୁ ପ୍ରଚେଷ୍ଠା ଆରମ୍ଭ କରିଦେଇଛନ୍ତି।

ତେବେ ଆସନ୍ତା ଗୁରୁବାର 29 ତାରିଖରେ ଓଡିଶା ରାଡନୀତିରେ ଅଧିକ କଂପନ ସୃଷ୍ଟି ହେବ। କାରଣ ସେଦିନ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି ମହାସମାବେଶର ଆୟୋଜନ କରୁଛନ୍ତି। ବିଜେଡି ବରମୁଣ୍ଡ ପଡିଆରେ ବିରାଟ ବୈଠକ କରିବ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥିରେ ସମସ୍ତ ବିଧାୟକ ସାଂସଦ, ଛାମୁଆ ସଂଗଠନର ମୁଖିଆ ଏବଂ ଅନ୍ୟ ନିର୍ବାଚିତ ପ୍ରତିନିଧି ଯୋଗଦେବେ।

ସେହିପରି ସେହି ଦିନ ବିଜେପି ମଧ୍ୟ ଭୁବନେଶ୍ବରର ଜନତା ମଇଦାନରେ ଅନୁରୂପ ମହାସମାବେଶର ଆୟୋଜନ କରିଛି। ସେହି ସଭାରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ବିଜେପି ତରଫରୁ ବହୁ ଆଡମ୍ବର କରାଯାଇଛି। ନଡ୍ଡା  29 ତାରିଖ ସକାଳେ ଆସିବେ। ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ନିଆଯିବ।

ଜେପି ନଡ୍ଡା ବିଜେପି ଅଫିସରୁ ସିଧା ଜନତା ମଇଦାନ ଯିବେ। ସେଠାରେ ଦଳର ନେତାମାନଙ୍କୁ ନିଜର ଅଭିଭାଷଣ ପ୍ରଦାନ କରିବେ। ଏହାପରେ ସେ ଦଳୀୟ କାର୍ଯ୍ୟାଳୟକୁ ଆସି ଦଳର ପ୍ରମୁଖ ନେତାମାନଙ୍କ ସହିତ ଆଲୋଚନା କରିବେ। ନଡ୍ଡାଙ୍କ ଓଡିଶା ଗସ୍ତ ନେଇ ବିଜେପି ଶିବିର ବେଶ ଉତଫୁଲିତ ହୋଇପଡିଛି।

ସେହିପରି ବିଜେଡି, ବିଜେପିକୁ ଶକ୍ତିହୀନ ପ୍ରମାଣିତ କରିବା ପାଇଁ ତାହାର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଜାରୀ ରଖିଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏହି ପ୍ରସ୍ତୁତି ଜୋରଦାର କରାଯାଇଛି। ବରମୁଣ୍ଡା ପଡିଆରେ ଯେପରି ଶୃଙ୍ଖଳିତ ଭାବେ ଏହି କାର୍ଯ୍ୟକ୍ରମ ସଫଳତାର ସହ ହେବ ସେ ନେଇ ପ୍ରଣବ ପ୍ରକାଶ ଘନଘନ ବୈଠକ ଜାରୀ ରଖିଛନ୍ତି।

ବିଜେଡି ବିଜେପି ସହିତ ସେହିଦିନ କଂଗ୍ରେସ ମଧ୍ୟ ତାହାର କାର୍ଯ୍ୟକ୍ରମ କରିବାକୁ ନିଷ୍ପତି କରିଛି। ଭାରତ ଯୋଡ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନ ଲୋକଙ୍କ ନିକଟରେ ପହଁଛିବା ପାଇଁ ସଭାପତି ଶରତ ପଟ୍ଟନାୟକ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଓଡିଶାରେ ଆମ ଆଦମୀ ପାର୍ଟି ମଧ୍ୟ 29 ତାରିଖରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରଖିଛି।

ଏଥିରୁ ସ୍ପଷ୍ଟ ହେଲାଣି ଯେ, ବର୍ତ୍ତମାନ ଓଡିଶାର ସମସ୍ତ ରାଜନୈତିକ ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରଚାର ଆରମ୍ଭ କରିବାକୁ ଯୋଜନା କରିସାରିଲେଣି। ଗୁରୁବାର ଦିନ ଏହାର ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ଜଣାପଡିସାରିଲାଣି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ବ୍ଲକ୍‌ ଓ ମ୍ୟୁନିସିପାଲିଟି ପାଇଁ ବିଜେଡି ସଭାପତି ଚୟନ

ରଞ୍ଜିତ୍‌ ପଣ୍ଡା

ଜଗତସିଂହପୁର :  ଆଜି ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ମ୍ୟୁନିସିପାଲିଟି ତଥା ବ୍ଲକ୍‌ର ବିଜେଡି ସଭାପତି ଚୟନ କରାଯାଇଥିବାବେଳେ କେବଳ କୁଜଙ୍ଗର ସଭାପତି ଚୟନ କରାଯାଇନାହିଁ । ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏବଂ ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜ୍ୟ ଶ୍ରୀଯୁକ୍ତ ପ୍ରତାପ କିଶୋର ଦେବଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲାରେ ଥିବା ୭ଟି ବ୍ଲକ୍‌ ଓ ୨ଟି ମ୍ୟୁନିସିପାଲଟିର ପାଇଁ ନିର୍ବାଚିତ ହୋଇଥିବା ବିଜୁଜନତା ଦଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି ।

ନିମ୍ନରେ ସମସ୍ତ ବ୍ଲକ ସଭାପତିଙ୍କ ନାମ:

୧-ଜଗତିସିଂହପୁର ବ୍ଲକ : ମନୋଜ କୁମାର ଭୋଇ

୨-ବାଲିକୁଦା ବ୍ଲକ : ରତ୍ନାକର ନାୟକ

୩-ନାଉଗାଁ ବ୍ଲକ : ସୁଜିତ୍‌ କୁମାର ମଲ୍ଲିକ

୪-ରଘୁନାଥପୁର ବ୍ଲକ : ଦେବାଶିଷ ତ୍ରିପାଠୀ

୫-ବିରିଡି ବ୍ଲକ : ରବୀନ୍ଦ୍ର ରାଉଳ

୬-ତିର୍ତ୍ତୋଲ ବ୍ଲକ : ଗଙ୍ଗାଧର ବିଶ୍ବାଳ

୭-ଏରସମା ବ୍ଲକ : ପୀତବାସ ଗୋଚ୍ଛାୟତ

ମ୍ୟୁନିସିପାଲଟି ସଭାପତିଙ୍କ ନାମ:

୧-ପାରାଦ୍ବୀପ ମ୍ୟୁନିସିପାଲଟି : ବସନ୍ତ ବିଶ୍ବାଳ

୨-ଜଗତସିଂହପୁର ମ୍ୟୁନିସିପାଲଟି : ପ୍ରିୟବ୍ରତ ମହାପାତ୍ର