ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ତାମିଲନାଡ଼ୁର ୧୪ଟି ସ୍ଥାନରେ ଏନ୍‌ଆଇଏର ଚଢ଼ାଉ

Published: Jul 20, 2019, 1:16 pm IST

ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ତାମିଲନାଡୁର ୧୪ଟି ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) । ମିଳିଥିବା ସୂଚନା ଅନୁସାରେ ଏହି ଚଢାଉରେ  ତାମିଲନାଡୁର ୪ଟି ଜିଲ୍ଲା (ତିରୁନେଲବେଲି, ମଦୁରାଇ, ରାମନାଥପୁରମ୍‌ ଓ ଚେନ୍ନାଇ) ପ୍ରମୁଖ ଅଞ୍ଚଳରେ ଚଢାଉ କରାଯାଇଛି । ଅଂସାରୁଲ୍ଲା ଆତଙ୍କବାଦୀ ସଂଗଠନରେ ଜଡିତ ଥିବା ଠିକଣାଗୁଡ଼ିକରେ ଏହି ଚଢାଉ କରାଯାଇଛି । ଇସଲାମିକ୍‌ ଆତଙ୍କୀ ମୋଡଲ୍‌ ପାଇଁ ଅର୍ଥଯୋଗାଣ ବ୍ୟବସ୍ଥା ଅଭିଯୋଗରେ ଏନ୍‌ଆଇଏ ୧୬ଜଣଙ୍କୁ ଗିରଫ ମଧ୍ୟ କରିଥିଲେ । ଏନ୍‌ଆଇଏ ତରଫରୁ କୁହାଯାଇଛି ଏହି ସଙ୍ଗଠନ ଅର୍ଥ ଏକାଠି କରି ଭାରତରେ ଆକ୍ରମଣ କରିବା ଯୋଜନାରେ ରହିଥିଲେ । ଚଢ଼ଉ ବେଳେ ୯ଟି ମୋବାଇଲ, ୧୫ଟି ସିମ୍‌ କାର୍ଡ, ୭ ମେମୋରୀ ଚିଫ୍‌, ୩ ଲାପଟପ୍‌, ୫ ହାର୍ଡ ଡିସ୍କ, ୬ ପେନ୍‌ ଡ୍ରାଇଭ୍‌, ୨ ଟ୍ୟାବ୍‌ଲେଟ୍‌ ଓ ୩ଟି ସିଡି ଜବତ କରିଛି । ଏହା ସହିତ ମ୍ୟାଗାଜିନ୍‌, ବେନର୍ସ, ନୋଟିସ୍‌ ଓ ପୋଷ୍ଟର୍‌ ଜବତ କରାଯାଇଛି ।

Related posts