ପହଲଗାମ ଆକ୍ରମଣର ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଚିତ୍ର ଜାରୀ କଲା ସୁରକ୍ଷା ଏଜନ୍ସି

Published: Apr 23, 2025, 1:10 pm IST

ଦ ସମୀକ୍ଷା ଡେସ୍କ: ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ତିନି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଆତଙ୍କବାଦୀମାନେ ସାଧା ପୋଷାକରେ ଆସି ଲୋକଙ୍କ ଉପରେ ଗୁଳି ଚଳାଇଥିଲେ।

ଏମାନଙ୍କ ସଂଖ୍ୟା ପାଞ୍ଚରୁ ଛଅ ଜଣ ଥିଲା ବୋଲି ଜଣାପଡିଛି। ଆତଙ୍କବାଦୀ ଏକେ-୪୭ ରାଇଫଲ୍ ଧରିଥିବା ଦେଖାଯାଇଛି। ଏହି ତିନିଜଣଙ୍କର ନାମ ମଧ୍ୟ ଜଣାପଡିଛି। ସେମାନେ ହେଲେ ଆସିଫ୍ ଫୌଜି, ସୁଲେମାନ ଶାହ ଏବଂ ଆବୁ ତଲହା।

ଅପରାହ୍ନ ପ୍ରାୟ ୨:୩୦ ସମୟରେ ଆତଙ୍କବାଦୀମାନେ ପହଲଗାମରେ ଦେଖାଦେଇଥିଲେ। ଆକ୍ରମଣ ଘଟିଥିବା ମୁହୂର୍ତ୍ତର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରତ୍ୟକ୍ଷଦର୍ଶୀମାନେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଆତଙ୍କବାଦୀମାନେ ହିନ୍ଦୁ ପର୍ଯ୍ୟଟକଙ୍କୁ ଅଲଗା କରି ହତ୍ୟା କରିଥିଲେ।

Related posts