Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ବିହାରରେ ଆୟୋଜିତ ହେବ ଜାତୀୟ ପଞ୍ଚାୟତିରାଜ ଦିବସ
ଆଜିର ଖବର

ଆସନ୍ତାକାଲି ବିହାରରେ ଆୟୋଜିତ ହେବ ଜାତୀୟ ପଞ୍ଚାୟତିରାଜ ଦିବସ

April 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍‌ ୨୪ ଏପ୍ରିଲରେ ବିହାର ମଧୁବନି ଜିଲ୍ଲାର ଲୋହନା ଉତ୍ତର ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସ୍ୱତନ୍ତ୍ର ବର୍ଗରେ ଜାତୀୟ ପଞ୍ଚାୟତିରାଜ ପୁରସ୍କାର ୨୦୨୫ ପ୍ରଦାନ କରାଯିବ। ପ୍ରଥମ ଥର ପଞ୍ଚାୟତଗୁଡ଼ିକୁ ଜଳବାୟୁ ପ୍ରଶମନ ପଦକ୍ଷେପ ଏବଂ ନିଜସ୍ୱ ରାଜସ୍ୱ ଉତ୍ସ ଜରିଆରେ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ପ୍ରୟାସ ନିମନ୍ତେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପୁରସ୍କୃତ କରିବ। ଏହାବ୍ୟତୀତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ (ଏଲଏସଡିଜି) ସହିତ ଯୋଡ଼ି ହୋଇ ରହିଥିବା ପଞ୍ଚାୟତଗୁଡ଼ିକର କ୍ଷମତା ନିର୍ମାଣ ପାଇଁ ଶ୍ରେଷ୍ଠ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯିବ।

ଓଡ଼ିଶା ଏଥର ଦୁଇଟି ବର୍ଗରେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଗ୍ରାମପଞ୍ଚାୟତ ଆତ୍ମନିଭର ପଞ୍ଚାୟତ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହେବାକୁ ଯାଉଛି । ସେହିପରି ଓଡ଼ିଶା ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବାକୁ ମନୋନିତ ହୋଇଛି।

ସୂଚନାଯୋଗ୍ୟ, ଜଳବାୟୁ ଉତ୍ତରଦାୟୀ ସ୍ଥାନୀୟ ପ୍ରଶାସନ ଭାବେ କାର୍ଯ୍ୟ କରୁଥିବା ପଞ୍ଚାୟତଗୁଡ଼ିକୁ ଉତ୍ସାହିତ କରିବା ଲାଗି ଏଥର ‘ଜଳବାୟୁ କାର୍ଯ୍ୟାନୁଷ୍ଠାନ ସ୍ୱତନ୍ତ୍ର ପଞ୍ଚାୟତ ପୁରସ୍କାର’ (କାସପା) ପ୍ରଦାନ କରାଯିବ। ସେହିପରି ପଞ୍ଚାୟତଗୁଡ଼ିକ ଦ୍ୱାରା ନିଜସ୍ୱ ଉତ୍ସ ରାଜସ୍ୱ ବୃଦ୍ଧି ମାଧ୍ୟମରେ ଆତ୍ମନିର୍ଭରଶୀଳତାର ପ୍ରୋତ୍ସାହନ ଲାଗି ଆତ୍ମନିର୍ଭର ପଞ୍ଚାୟତ ସ୍ୱତନ୍ତ୍ର ପୁରସ୍କାର ଦିଆଯିବ। ଏହି ଦୁଇଟି ବର୍ଗ ବ୍ୟତୀତ କ୍ଷମତା ନିର୍ମାଣ ଏବଂ ପଞ୍ଚାୟତିରାଜ ପ୍ରତିନିଧି ଏବଂ କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣରେ ଉତ୍କର୍ଷତାକୁ ସ୍ୱୀକୃତି ଦେବା ନିମନ୍ତେ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ଦିଆଯିବ। ୨୦୨୩ରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏହି ପୁରସ୍କାରକୁ ସଂସ୍ଥାଗତ ରୂପ ଦେଇଥିଲା ବେଳେ ୨୦୨୪ ପ୍ରଥମ ଥର ପୁରସ୍କାର ଦିଆଯାଇଥିଲା।

ପଞ୍ଚାୟତିରାଜ ଦିବସ ବିହାର
Share. Facebook Twitter LinkedIn Email WhatsApp Copy Link

Related Posts

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025

ଗଣେଶ ଚତୁର୍ଥୀରେ କେଉଁ ମୁହୂର୍ତ୍ତରେ ଗଣପତି ମୂର୍ତ୍ତି ଘରକୁ ଆଣିବା, ଜାଣନ୍ତୁ ଶୁଭ ସମୟ

August 25, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଗୁଜରାଟ ଗସ୍ତ

August 25, 2025

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025
Latest News

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025

ଗଣେଶ ଚତୁର୍ଥୀରେ କେଉଁ ମୁହୂର୍ତ୍ତରେ ଗଣପତି ମୂର୍ତ୍ତି ଘରକୁ ଆଣିବା, ଜାଣନ୍ତୁ ଶୁଭ ସମୟ

August 25, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଗୁଜରାଟ ଗସ୍ତ

August 25, 2025

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.