Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖଣିଜ ପ୍ରଯୁକ୍ତି ବିଦ୍ୟା ଉପରେ ଋଷିଆର ଗିରେଡମେଟ ସହ ସିଏସଆଇଆର-ଆଇଏମଏମଟିର ଯୁଗ୍ମ ଘୋଷଣାନାମା
ଆଜିର ଖବର

ଖଣିଜ ପ୍ରଯୁକ୍ତି ବିଦ୍ୟା ଉପରେ ଋଷିଆର ଗିରେଡମେଟ ସହ ସିଏସଆଇଆର-ଆଇଏମଏମଟିର ଯୁଗ୍ମ ଘୋଷଣାନାମା

April 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସିଏସଆଇଆର-ଆଇଏମଏମଟି ପ୍ରତିଷ୍ଠାନ ଋଷିଆର ଜେଏସସି ଗିରେଡମେଟ ସହ ଦୁଇଟି ଯୁଗ୍ମ ଘୋଷଣାନାମା (ଜେଡିଆଇ) ସ୍ୱାକ୍ଷରିତ କରିଛି। ଜେଏସସି ଗିରେଡମେଟ ବା ବିରଳ ମେଟାଲ ଶିଳ୍ପର ରାଜ୍ୟ ରିସର୍ଚ୍ଚ ଆଣ୍ଡ ଡିଜାଇନ ପ୍ରତିଷ୍ଠାନ ଓ ମସ୍କୋର ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟ ବା ଏମଆଇଏସଆଇଏସ ସହ ଏହି ଚୁକ୍ତିନାମା କରାଯାଇଛି।

ଦୁଇଟି ଅଲଗା ଅଲଗା ଯୁଗ୍ମ ଘୋଷଣାନାମାରେ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡ, ରାମାନୁଜ ନାରାୟଣନ, ଜେଏସସି ରୋସାତମ ସାଇନ୍ସ କେମିକାଲ ଟେକ୍ନୋଲଜି ୟୁନିଟର ନିର୍ଦ୍ଦେଶକ ଡ. ଆନ୍ଦ୍ରେଇ ଆଇ ଗୋଲିନେଇ, ଏମଆଇଏସଆଇଏସ ଭାଇସ ରେକ୍ଟର ଡ. ମାଇକେଲ ଆର ଫିଲୋନୋଭ  ସ୍ୱାକ୍ଷର କରିଛନ୍ତି। ସିଏସଆଇଆର-ଆଇଏମଏମଟିର ମୁଖ୍ୟ ବୈଜ୍ଞାନିକ ଡ. କାଳୀ ସଞ୍ଜୟ, ବିଜ୍ଞାନ ଓ ଉଦଭାବନର ଡେପୁଟି ଡାଇରେକ୍ଟର ଡ. କନଷ୍ଟାନଟିନ ଭି ଆଇଭାନଭସ୍କିଖ, ଏମଆଇଏସଏସର ନିର୍ଦ୍ଦେଶକ ଡ. କରୋତଚେଙ୍କୋ ନାଟାଲିଆ, ଭାରତୀୟ ଦୂତାବାସର କାଉନସେଲର ଅନୁପ କୁମାର ଶ୍ରୀବାସ୍ତବ ପ୍ରମୁଖ ଏହି ଘୋଷଣାନାମା ସ୍ୱାକ୍ଷରିତ ହେବା ବେଳେ ଉପସ୍ଥିତ ରହିଥିଲେ।

ଗୁରୁବାର ଦିନ ମସ୍କୋ ଭାରତୀୟ ଦୂତାବାସରେ ସିଏସଆଇଆର-ଆଇଏମଏମଟି ଟିମ ପକ୍ଷରୁ ଏହାର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣନ ଓ ମୁଖ୍ୟ ବୈଜ୍ଞାନିକ ଡ. କାଳୀ ସଞ୍ଜୟ ଭାରତର ରାଷ୍ଟ୍ରଦୂତ ବିନୟ କୁମାରଙ୍କୁ ସାକ୍ଷାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କାଉନସେଲର ଅନୁପ କୁମାର ଶ୍ରୀବାସ୍ତବ ପରିଚାଳନା କରିଥିଲେ। ଆତ୍ମ ନିର୍ଭର ଭାରତ ଓ ବିକଶିତ ଭାରତ ପାଇଁ ବିରଳ ଖଣିଜ ପଦାର୍ଥର ଗୁରୁତ୍ୱ ରହିଥିବା କଥା କହି ଭାରତର ରାଷ୍ଟ୍ରଦୂତଙ୍କୁ ଏହି ଟିମ ନିଜ ଆସିବାର ଅଭିପ୍ରାୟ ଜଣାଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025
Latest News

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025

ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.