Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ
ଜାତୀୟ ଖବର

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ:୨୦୦୮ ଅହମଦାବାଦ ସିରିଏଲ୍ ବୋମା ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଣଘାତୀ ଆକ୍ରମଣରେ ସାମିଲ ଥିବା ଇଣ୍ଡିଆନ୍ ମୁଜାହିଦିନ୍ (ଆଇଏମ୍‌) ର ଆତଙ୍କବାଦୀ ଅହମଦ ବାୱା ଓରଫ୍ ଅବୁ ଅବୁବକର ବରେଲଭିକୁ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ମୃତ୍ୟୁଦଣ୍ଡ କାର୍ଯ୍ୟକାରିତା ଉପରେ ସର୍ବୋଚ୍ଚ ଅଦାଲତ ସ୍ଥଗିତାଦେଶ ଲଗାଇଛନ୍ତି। ଅଭିଯୁକ୍ତର ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଏସ.ଜି. ମସିହ ଏବଂ ଜଷ୍ଟିସ ସନ୍ଦୀପ ମେହତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କରିବା ସହ ନିମ୍ନ ଅଦାଲତର ସମସ୍ତ ରେକର୍ଡ ତଲବ କରିଛନ୍ତି।

୨୦୦୮ ଜୁଲାଇ ୨୬ ତାରିଖରେ ଅହମଦାବାଦ ସହରରେ ମାତ୍ର ୭୦ ମିନିଟ୍ ମଧ୍ୟରେ ୨୧ଟି ବୋମା ବିସ୍ଫୋରଣ ଘଟିଥିଲା। ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଥିଲେ। ଭାରତର ଆତଙ୍କବାଦୀ ଆକ୍ରମଣ ଇତିହାସରେ ପ୍ରଥମ ଥର ପାଇଁ ଆହତମାନଙ୍କ ଚିକିତ୍ସା ଚାଲିଥିବା ହସ୍ପିଟାଲଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇ ବିସ୍ଫୋରଣ ଘଟାଯାଇଥିଲା। ଶୁଣାଣି ସମୟରେ ସୋଲିସିଟର ଜେନେରାଲ ତୁଷାର ମେହଟା ଏହାକୁ ଏକ ଅତ୍ୟନ୍ତ ଗୁରୁତର ଓ ସମ୍ବେଦନଶୀଳ ମାମଲା ବୋଲି ଅଦାଲତଙ୍କୁ ଜଣାଇଥିଲେ।

ଏହାପୂର୍ବରୁ ଜୁଲାଇ ୧ ତାରିଖରେ ଗୁଜରାଟ ହାଇକୋର୍ଟ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ଇଣ୍ଡିଆନ୍ ମୁଜାହିଦିନ୍ ସଂଗଠନର ୩୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁଦଣ୍ଡ ଏବଂ ବାକି ୧୧ ଜଣଙ୍କ ଆଜୀବନ କାରାଦଣ୍ଡାଦେଶକୁ ବଜାୟ ରଖିଥିଲେ। ବହୁ ସଂଖ୍ୟକ ନିରୀହ ଲୋକଙ୍କ ଜୀବନ ନେବା, ଦେଶ ବିରୋଧୀ ଷଡ଼ଯନ୍ତ୍ର ରଚିବା ଏବଂ ସମାଜରେ ଭୟର ବାତାବରଣ ସୃଷ୍ଟି କରିବା କାରଣରୁ ମୃତ୍ୟୁଦଣ୍ଡ ଆବଶ୍ୟକ ବୋଲି ହାଇକୋର୍ଟ ଦର୍ଶାଇଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ନିଷିଦ୍ଧ ସଂଗଠନ ‘ସିମି’ ର ପୂର୍ବତନ ନେତା ସଫଦର ନାଗୋରୀ ଏବଂ ତାଙ୍କ ସହଯୋଗୀମାନେ ସାମିଲ ଅଛନ୍ତି, ଯେଉଁମାନେ ଗୁଜରାଟ, ମଧ୍ୟପ୍ରଦେଶ, କେରଳ, ଉତ୍ତରପ୍ରଦେଶ ସମେତ ୧୧ଟି ରାଜ୍ୟର ବାସିନ୍ଦା ଅଟନ୍ତି।

Ahmedabad blasts Mujahideen terrorist
Share. Facebook Twitter LinkedIn Email WhatsApp Copy Link

Related Posts

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

ହୱାଲା ଜରିଆରେ ଆସିଥିଲା ୯ କୋଟି: ୟାସିନ୍ ମଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ ନିର୍ଦ୍ଦେଶ

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026

ପିକ୍‌ନିକ୍ ପାଲଟିଲା କାଳ: ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

October 2, 2026
Latest News

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

ହୱାଲା ଜରିଆରେ ଆସିଥିଲା ୯ କୋଟି: ୟାସିନ୍ ମଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ ନିର୍ଦ୍ଦେଶ

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026

ପିକ୍‌ନିକ୍ ପାଲଟିଲା କାଳ: ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.