ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି। ତିନି ତିନ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଦୀକ୍ଷିତ ୮୧ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଗତକାଲି ହୃଦ୍ଘାତ ପାଇଁ ତାଙ୍କୁ ଫର୍ଟିସ୍ ଏସ୍କର୍ଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ ୩୧, ୧୯୩୮ରେ ପଞ୍ଜାବର କପୁରତାଲାରେ ଜନ୍ମଗ୍ରହଣ କରିଥିବା ଶୀଲା ମିରାଣ୍ଡା ବିଶ୍ବବିଦ୍ୟାଳୟରୁ ନିଜର ଶିକ୍ଷାଗତ ଯୋଗ୍ୟତା ସମାପ୍ତ କରିଥିଲେ । ୧୯୯୮ରୁ ୨୦୧୩ ମଧ୍ୟରେ ତିନିଥର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତ ଦିଲ୍ଳୀର ସର୍ବାଧିକ ସମୟ କାର୍ଯ୍ୟ କରିଥିବା ମୁଖ୍ୟମନ୍ତ୍ରୀ ଅଟନ୍ତି । ଚଳିତ ଲୋକସଭା ନିର୍ବାଚନରେ ଶୀଲା ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ରହିଥିଲେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦବୀ ବ୍ୟତୀତ ଶୀଲା କେରଳର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୪ମସିହାରେ ୧୧ ମାର୍ଚ୍ଚରୁ ୨୫ଅଗଷ୍ଟ ପର୍ଯ୍ୟନ୍ତ ଶୀଲା କେରଳର ୨୨ତମ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ଜଣେ ବରିଷ୍ଠ ରାଜନେତ୍ରୀଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ
Published:
Jul 20, 2019, 4:24 pm IST
Tags: