କୋଲକାତା: କୋଲକାତାର ଏକ ହୋଟେଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ରାତିରେ କୋଲକାତାର ବଡ ବଜାର ଅଞ୍ଚଳର ମଛୁଆ ଫଳ ମଣ୍ଡି ନିକଟରେ ଥିବା ରିତୁରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡ ଘଟଣାରେ କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା ଏହି ଅଗ୍ନିକାଣ୍ଡ ସମ୍ପର୍କରେ କହିଛନ୍ତି ଯେ, “ମଙ୍ଗଳବାର ରାତି ପ୍ରାୟ ୮.୧୫ ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ୧୪ ଟି ମୃତଦେହ ଉଦ୍ଧାର କରାଯାଇଛି। ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ କିପରି ଲାଗିଲା, ତାହା ଜାଣିବା ପାଇଁ ଏକ ତଦନ୍ତ ମଧ୍ୟ ଜାରି କରାଯାଇଛି।