Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ବାଣପୁରରେ ଆଇନ ସଚେତନତା ଶିବିର
ଆଞ୍ଚଳିକ

ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ବାଣପୁରରେ ଆଇନ ସଚେତନତା ଶିବିର

May 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ମେ ୧ ତାରିଖକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ସମାଜ ପ୍ରତି ଶ୍ରମିକମାନଙ୍କ ଅବଦାନ ଅତୁଳନୀୟ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଗୁରୁବାର ଦିନ ବାଣପୁର ବ୍ଲକ ସଭାଗୃହରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘ ସମ୍ପାଦକ ଜଗଦୀଶ ପଟ୍ଟନାୟକ, ଉପ ସଭାପତି ପଦ୍ମଜା ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ କୁମାର ମହାପାତ୍ର, ବାଲୁଗାଁ ସହକାରୀ ଶ୍ରମ କାର୍ଯ୍ୟାଳୟ କର୍ମଚାରୀ କ୍ଷୀରାବ୍ଧି ତନୟା ସାହୁ, ଅନ୍ୟ ଓକିଲ ମାନେ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଶ୍ରମିକ ମାନେ ଯୋଗଦେଇଥିଲେ।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଶ୍ରମିକମାନଙ୍କୁ ସେମାନଙ୍କ ଆଇନଗତ ଅଧିକାର ସମ୍ବନ୍ଧରେ ଅବଗତ କରାଇଥିଲେ । ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ଉଦିଷ୍ଟ ଥିବା ବେଳେ ଆଇନଗତ ସମସ୍ୟାର ସମ୍ମୁଖୀନ ହେଲେ ସେମାନେ ତାଲୁକ ଆଇନ ସେବା ସମିତି ଜରିଆରେ ନିଃଶୁଳ୍କ ଆଇନ ସେବା ପାଇପାରିବେ ବୋଲି କହିଥିଲେ ବିଚାରପତି। ତତସହିତ ଶ୍ରମିକମାନେ ରାଜ୍ୟ ତଥା ଦେଶ ବାହାରକୁ କାର୍ଯ୍ୟ ପାଇଁ ଯିବା ପୁର୍ବରୁ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜିକରଣ କରାଇବା ପାଇଁ ପରାମର୍ଶ ଦେଇଥିଲେ, ଯାହାଦ୍ୱାରା ସେମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରିବେ।

ଏହି ଅବସରରେ ଏକାଧିକ ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ସଭାଶେଷରେ ଓକିଲ ସଂଘ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

ଆଇନ ସଚେତନତା ଶିବିର ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୨ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026

ବିହାରର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିବେ ନୀତିଶ କୁମାର?: ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି

March 25, 2026

ରତ୍ନ ଭଣ୍ଡାରର ଗଣତିମଣତି ଆରମ୍ଭ: ଜାଣନ୍ତୁ ଏହାର ପ୍ରକ୍ରିୟା ଏବଂ ପୂର୍ବରୁ କେତେ ଥିଲା ଅଳଙ୍କାର?

March 25, 2026

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.