Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ପ୍ରେମରେ ପଡ଼ିଲେ ‘ଗବ୍ବର’, ବିଦେଶୀ ପ୍ରେମିକାଙ୍କ ସହ ଏକ ସ୍ୱତନ୍ତ୍ର ଫଟୋ ସେୟାର କଲେ ଶିଖର ଧୱନ
ଆଜିର ଖବର

ପୁଣି ପ୍ରେମରେ ପଡ଼ିଲେ ‘ଗବ୍ବର’, ବିଦେଶୀ ପ୍ରେମିକାଙ୍କ ସହ ଏକ ସ୍ୱତନ୍ତ୍ର ଫଟୋ ସେୟାର କଲେ ଶିଖର ଧୱନ

May 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଖେଳାଳି ଶିଖର ଧୱନଙ୍କ ଏକ ପୋଷ୍ଟ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଆଶ୍ଚର୍ଯ୍ୟ ଦେଇଛି। ଶିଖର ଧୱନଙ୍କ ପୋଷ୍ଟ ଦେଖିଲେ ସ୍ପଷ୍ଟ ହେଉଛି ଯେ, ଭାରତୀୟ କ୍ରିକେଟର ‘ଗବ୍ବର’ ପୁଣି ଥରେ ପ୍ରେମରେ ପଡ଼ିଯାଇଛନ୍ତି। ଶିଖର ଧୱନ ତାଙ୍କ କଥିତ ପ୍ରେମିକା ସୋଫି ସାଇନଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି।

ଶିଖର ଧାୱନ ଆୟର୍ଲାଣ୍ଡ ଝିଅ ସୋଫି ସାଇନଙ୍କ ସହ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ସୋଫି ଇନଷ୍ଟାଗ୍ରାମ ପୋଷ୍ଟ ସହିତ ଏକ କ୍ୟାପସନ ମଧ୍ୟ ଦେଇଛନ୍ତି, ଯେଉଁଥିରେ MY ସାମ୍ନାରେ ଏକ ଲାଲ ହୃଦୟ ତିଆରି ହୋଇଛି, ଯାହାର ଅର୍ଥ ହେଉଛି – ମୋର ପ୍ରେମ। ଶିଖର ଧୱନଙ୍କୁ ପୂର୍ବରୁ ଅନେକ ସ୍ଥାନରେ ସୋଫିଙ୍କ ସହ ଦେଖିବାକୁ ମିଳିଥିଲା। ସୋଫିଙ୍କୁ ଶିଖରଙ୍କ ସହିତ ବିମାନବନ୍ଦରରେ ଏବଂ IPL ମ୍ୟାଚ୍ ସମୟରେ ମଧ୍ୟ ଦେଖାଯାଇଛି। ଶିଖର ଧୱନଙ୍କ ପ୍ରେମିକା ସୋଫି ସାଇନ୍ ପେଶାରେ ଜଣେ ପ୍ରଡ଼କ୍ଟ କଂସଲ୍ଟଣ୍ଟ।

ଉଲ୍ଲେଖ ଯୋଗ୍ୟ ଯେ, ଶିଖର ଧାୱନ ୨୦୧୨ ମସିହାରେ ଜଣେ ଅଷ୍ଟ୍ରେଲୀୟ ମହିଳା ଆୟଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ବିବାହର ଦୁଇ ବର୍ଷ ପରେ, ୨୦୧୪ ମସିହାରେ ସେମାନଙ୍କର ଏକ ପୁଅ ହୋଇଥିଲା, ଯାହାର ନାମ ଜୋରାୱର ଥିଲା। ଆୟଶାଙ୍କ ପୂର୍ବ ବିବାହରୁ ଏକ ଝିଅ ମଧ୍ୟ ଥିଲା, ଯାହାକୁ ଶିଖର ଧୱନ ବିବାହ ପରେ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ। ନଅ ବର୍ଷର ବିବାହ ପରେ, ଶିଖର ଏବଂ ଆୟଶାଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଉଭୟ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଶିଖର ଏବଂ ଆୟଶା ଅକ୍ଟୋବର ୨୦୨୩ ରେ ଛାଡପତ୍ର ନେଇଥିଲେ।

ସୋଫି ସାଇନ୍ କିଏ?:

ଶିଖର ଧୱନଙ୍କ ପ୍ରେମିକା ସୋଫି ସାଇନ୍ ସୋସିଆଲ ମିଡିଆରେ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୧୩୪ ହଜାର ଫଲୋଅର୍ସ ଅଛନ୍ତି। ସୋଫି ପେଶାରେ ଜଣେ ପ୍ରଡ଼କ୍ଟ କଂସଲ୍ଟଣ୍ଟ ଏବଂ ଆବୁଧାବିର ଏକ କମ୍ପାନୀରେ କାମ କରନ୍ତି। ସୋଫି ଆୟରଲ୍ୟାଣ୍ଡର ଲିମେରିକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମାର୍କେଟିଂ ଏବଂ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ସୋଫି ସାଇନଙ୍କ ସହିତ ଶିଖର ଧାୱନଙ୍କ ଏହି ଫଟୋ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିଛି।

instagram Shikhar Dhawan
Share. Facebook Twitter LinkedIn Email WhatsApp Copy Link

Related Posts

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026

ଜିମ୍ବାୱେ ବିପକ୍ଷରେ କେହଳିବେ ନାହିଁ ରିଙ୍କୁ ସିଂହ!: ଜାଣନ୍ତୁ କାହାକୁ ମିଳିବ ସୁଯୋଗ?

February 25, 2026

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026
Latest News

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026

ଜିମ୍ବାୱେ ବିପକ୍ଷରେ କେହଳିବେ ନାହିଁ ରିଙ୍କୁ ସିଂହ!: ଜାଣନ୍ତୁ କାହାକୁ ମିଳିବ ସୁଯୋଗ?

February 25, 2026

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.