
ଭୁବନେଶ୍ବର: ଆସନ୍ତା ମେ ୯ ତାରିଖ ସକାଳ ୮ ଘଂଟା ସମୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ । ଏହି ତ୍ରିରଙ୍ଗା ଯାତ୍ରା ରାମ ମନ୍ଦିର ଛକ ଠାରୁ ମାଷ୍ଟରକ୍ୟାଟିନ ଛକ ପର୍ଯ୍ୟନ୍ତ ହେବ। ଭାରତର ବୀର ଯବାନ ପାକିସ୍ଥାନର ଆତଙ୍କବାଦୀ କାର୍ଯ୍ୟକ୍ରମକୁ ଦମନ କରିବାପାଇଁ ଯେଉଁ ସାହସ, ପରାକ୍ରମ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି ତାର ସମ୍ମାନାର୍ଥେ ଏହି ତ୍ରିରଙ୍ଗା ଯାତ୍ରା ଉଦ୍ଦିଷ୍ଟ ।
ଆମର ଯବାନମାନେ ଦେଶକୁ ସୁରକ୍ଷା ଦେବାପାଇଁ, ଦେଶର ସମ୍ମାନ ରକ୍ଷା କରିବାପାଇଁ ଏବଂ ଆତଙ୍କ ବାଦର ବିଲୋପ ପାଇଁ ଯେଉଁ ସାମରିକ ଦକ୍ଷତା ଓ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ପଟାନ୍ତର ନାହିଁ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି । କଂଗ୍ରେସ ଦଳ, କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ, ଜନନାୟକ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ନେତୃବୃନ୍ଦ ଭାରତର ଜଳ, ସ୍ଥଳ ଓ ବାୟୁସେନାର ବୀର ସୈନିକ ମାନଙ୍କୁ ପ୍ରଶଂସା ଜ୍ଞାପନ କରୁଛି।