ତାଲା ବନ୍ଦ ଘରୁ ବଡ଼ ଧରଣର ଚୋରି: ନଗଦ ଏକଲକ୍ଷ ସହ ହିରା ଓ ସ୍ବର୍ଣ୍ଣ ଅଳଙ୍କାର ଲୁଟ୍

Published: May 10, 2025, 10:25 am IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଗଜପତି ନଗର ୮ମ ଗଳିରେ ରହୁଥିବା କୁମୁଦିନୀ ସେଠୀ ସପରିବାର ଘର ତାଲା ପକାଇ ବାହାରକୁ ଯାଇଥିଲେ ଓ ଘରକୁ ଫେରି ଦେଖିଲାବେଳକୁ ଘର ବାହାର ତାଲା ଭାଙ୍ଗିବା ସହ ଘର ଭିତରେ ଆଲମାରୀ ଭାଙ୍ଗି ନଗଦ ଏକଲକ୍ଷ ଟଙ୍କା, ଲକ୍ଷାଧିକ ଟଙ୍କାର ହିରା ଓ ସ୍ବର୍ଣ୍ଣ ଅଳଙ୍କାର ଲୁଟି ଚୋର ମାନେ ଚାଲି ଯାଇଛନ୍ତି। ଯାହାକି ସିସିଟିଭି କ୍ୟାମେରା ଫୁଟେଜ ରୁ ଜଣାପଡିଛି ଯେ ଦୁଇ ଯୁବକ ମୋଟରସାଇକେଲ ରେ ଆସି ଘରର ତାଲା ଭାଙ୍ଗି ଏହି ଚୋରି କରିଛନ୍ତି।

ଘର ମାଲିକାଣୀ କୁମୁଦିନୀ ସେଠୀଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରି ମାମଲା ନଂ ୨୩୮/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛି ଓ ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ଅନୁସନ୍ଧାନ ଚଳାଇଛି।

Related posts