ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ସମ୍ପର୍କୀୟ ଭାଇଙ୍କ ଜୀବନ

Published: May 13, 2025, 2:26 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ଥାନା ଅର୍ନ୍ତଗତ କାନସୁକା ଗ୍ରାମର ଓମ୍ ପ୍ରକାଶ ନାଇକ, ଶୁଭମ୍ ନାଇକ ନାମକ ଦୁଇ ଦଦା ପୁଅ ଭାଇ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଉକ୍ତ ଦୁଇ ଭାଇ ବୁଗୁଡ଼ା ପଞ ଠାକୁରାଣୀ ଯାତ୍ରା ଦେଖି ନିଜ ଗ୍ରାମକୁ ଫେରୁଥିବା ବେଳେ ସହର ଉପକଣ୍ଠ ରାଜପଥ କଡ଼ରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ଖବର ପାଇ ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ କୁ ଜବତ କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁଚନା ଥାଉକି ମୃତ ଓମ୍ ପ୍ରକାଶ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ଏହିଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Related posts